ନିଶାସକ୍ତ ଅବସ୍ଥାରେ ଟ୍ରକର ହେଲପର ଚଳାଉଥିଲେ ଗାଡ଼ି
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଘଟି ଥିବା ବସ୍-ଟ୍ରକ୍ ଦୁର୍ଘଟଣାରେ ଅକାଳରେ ଚାଲିଯାଇଛି ୩ ଛାତ୍ରୀଙ୍କ ଜୀବନ । ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏହି ଦୁର୍ଘଟଣା ପଛରେ ସାଂଘାତିକ ତ୍ରୁଟି ରହିଥିବା ଘଟଣା ସାମନାକୁ ଆସିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଡ୍ରାଇଭର ନୁହଁ , ହେଲପର ଚଳାଉଥିଲେ । ଡ୍ରାଇଭର ଜଣକ ଶୋଇ ପଡିଥିବା ବେଳେ ହେଲପର ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ । ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଏପରି ସାଂଘାତିକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାଥମିକ ତଦନ୍ତ ପରେ ଏହି ଘଟଣା ଉପରୁ ଧିରେ ଧିରେ ପରଦା ହଟୁଛି । ପୂରା ମାମଲାର ଏବେ ତଦନ୍ତ ଚାଲିଛି, ପ୍ରମାଣ ଯୋଗଡ଼ କରାଯାଉଛି ।
ସବୁ କିଛି ସରିବା ପରେ ଦୃଢ କାର୍ଯ୍ୟନଷ୍ଠାନ ନିଆଯିବ । ଗତକାଲି ରାତିରେ ନୟାଗଡ଼ ଦଶପଲ୍ଲା ରୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବସ ଯୋଗେ ବଲାଙ୍ଗିର ଜିଲ୍ଲାର ହରିଶଙ୍କର କୁ ଯାଉଥିଲେ । ବସ୍ଟି ମାତ୍ର ୨୫ କିମି ଯିବା ପରେ ବାଣିଗୋଛା ଥାନା ଶାଳ ଭଙ୍ଗା ଜଙ୍ଗଲରେ ଏକ ଟ୍ରକ ସହ ପିଟି ହୋଇଥିଲା ବସ୍ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ୨ ଓ ମେଡ଼ିକାଲ ଯିବା ବାଟରେ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଛନ୍ତି । ଖବର ପାଇ ଗତ ରାତିରେ ନୟାଗଡ଼ ଏସ୍ପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମେଡିକାଲ ଯାଇ ଆହତ ଙ୍କ ସ୍ଵାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ । ନୟାଗଡ଼ରୁ ଜିତୁ ନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।