ଆସନ୍ତା ୬ ତାରିଖ ଦିନ ଦଶପଲ୍ଲା ରେଳ ଷ୍ଟେସନ ଉଦ୍ଘାଟନ ହେବାର କାର୍ଯ୍ୟ କ୍ରମ ରହିଥିବା ବେଳେ ନୂଆଗାଁରୁ ଭୁବନେଶ୍ଵର , ପୁରୀ ଏବଂ ନୟାଗଡ ରୁ ଭଦ୍ରକ ଯାଉଥିବା ୪ଟି ଟ୍ରେନ୍ ସମୟ ନିର୍ଦ୍ଧାରଣ ହୋଇଛି । ଏହି ଟ୍ରେନ୍ ଦଶପଲ୍ଲା ରୁ ଯାତ୍ରା ଆରମ୍ଭ କରିବା ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ୧୯୪୨୪ ନମ୍ବର ଟ୍ରେନଟି ଦଶପଲ୍ଲା ରୁ ପୂର୍ବାହ୍ନ ୬ଟା ୧୫ରେ ବାହାରି ଭୁବନେଶ୍ଵର ରେ ୯ଟାରେ ପହଞ୍ଚିବ ।ସେହି ଭଳି ଟ୍ରେନ୍ ନମ୍ବର ୧୯୪୨୩ ଭୁବନେଶ୍ଵର – ନୟାଗଡ ଯାଉଥିବା ଟ୍ରେନଟି ଅପରାହ୍ନ ୬ଟା ୪୦ରେ ଭୁବନେଶ୍ଵର ବାହାରି ଦଶପଲ୍ଲା ରେ ୯ଟା ୪୫ରେ ପହଞ୍ଚିବ । ଟ୍ରେନ୍ ନମ୍ବର ୦୮୪୩୦ ନୂଆଗାଁ-ଭୁବନେଶ୍ଵର ଯାଉଥିବା ଟ୍ରେନଟି ଦଶପଲ୍ଲା ରୁ ଅପରାହ୍ଣ ୪ଟାରୁ ବାହାରି ଭୁବନେଶ୍ଵରରେ ୮ଟାରେ ପହଞ୍ଚିବ । ଟ୍ରେନ ନମ୍ବର ୦୮୪୨୯ ଭୁବନେଶ୍ଵର – ନୂଆଗାଁ ଯାଉଥିବା ଟ୍ରେନଟି ଭୁବନେଶ୍ଵରରୁ ୯ଟା ୪୦ରେ ବାହାରି ୧୨ଟା ୫୦ ରେ ଦଶପଲ୍ଲାରେ ପହଞ୍ଚିବ ।
ଟ୍ରେନ ନମ୍ବର ୦୮୪୨୪ ନୂଆଗାଁ- ପୁରୀ ଯାଉଥିବା ଟ୍ରେନ ଦଶପଲ୍ଲା ରୁ ପର୍ବାହ୍ନ ୬ଟା ୩୦ରେ ବାହାରି ପୁରୀରେ ୧୦ ଟା ୧୫ରେ ପହଞ୍ଚିବ । ଟ୍ରେନ ନମ୍ବର ୦୮୪୨୩ ପୁରୀ- ନୂଆଗାଁ ଯାଉଥିବା ଟ୍ରେନଟି ଅପରାହ୍ଣ ୬ଟାରେ ପୁରୀରୁ ବାହାରି ରାତି ୧୦ଟା ୧୫ରେ ଦଶପଲ୍ଲାରେ ପହଞ୍ଚିବ । ଏଥିସହିତ ଟ୍ରେନ ନମ୍ବର ୦୮୫୫୫(୬୮୪୪୪) ଭଦ୍ରକ-ନୟାଗଡ଼ ଟାଉନ -ଭଦ୍ରକ ମେମୁ ଟ୍ରେନଟି ଦଶପଲ୍ଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭଦ୍ରକରେ ୧୦ଟା ୪୫ ରେ ପହଞ୍ଚିବା ଟ୍ରେନ ନମ୍ବର ୦୮୫୫୫ (୬୮୪୪୩) ଟ୍ରେନଟି ଭଦ୍ରକରୁ ପୂର୍ବାହ୍ନ ୫ଟା ୪୫ ରେ ବାହାରି ଦଶପଲ୍ଲାରେ ୧୨ଟା୩୦ରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ଜଣାପଡିଛି ।