ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଉପରେ ଲାଗିଥିବା ବିଦ୍ୟୁତ ତାର ହଟାଇବା ସହ ପ୍ରତିମୂର୍ତ୍ତି ଉପରେ ଏକ ଛତା ଲଗାଇବା ନେଇ ଅଖିଳ ଭାରତ ଯୁବ ଛାତ୍ର ସଂସଦ ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ତିନିକୋଣିଆ ଛକରେ ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ତଥା ପାଠାଗାର ଆନ୍ଦୋଳନର ଜନକ ଦାଶିଆ ଅଜା ଓରଫ ଦାଶରଥି ପଟ୍ଟନାୟକ ଯାହାଙ୍କ ୨୭ତମ ଶ୍ରାଦ୍ଧ ଦିବସ ଗତକାଲି ପାଳନ କରାଯାଇଅଛି, ତାଙ୍କ ପ୍ରତିମୂର୍ତ୍ତୀକୁ ଯେଉଁଭଳି ଅବହେଳିତ ଭାବେ ଛାଡିଦିଆଯାଇଛି ଯାହାକି ସାଧାରଣ ନୟାଗଡ଼ିଆଙ୍କୁ ଅତ୍ୟନ୍ତ ଦୁଃଖ ଓ ବେଦନା ଦେଉଅଛି।

ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ ଇତ୍ୟାଦିର ସଂସ୍ଥାପକ ଦାଶିଆ ଅଜାଙ୍କ ପ୍ରତିମୂର୍ତ୍ତି ଦୀର୍ଘଦିନ ହେବ ବିଦ୍ୟୁତ ତାର କବଳରେ ରହିଥିବା ବେଳେ ପ୍ରଶାସନ ଏ ସମ୍ପର୍କରେ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜି ଏ ସମ୍ପର୍କରେ ଅଖିଳ ଭାରତ ଯୁବଛାତ୍ର ସଂସଦର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସମୟ 4ଘଟିକା ସମୟ ରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଟିପିଡ଼ିଓସିଏଲ ନୟାଗଡ଼ ସନ୍ତୋଷ ମହାପାତ୍ରଙ୍କୁ ଭେଟି ଏ ସଂକ୍ରାନ୍ତରେ ଯଥା ଶୀଘ୍ର ସମାଧାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି। ତତସହିତ ଦାଶିଆ ଅଜାଙ୍କ ପ୍ରତିମୂର୍ତ୍ତି ଉପରେ ଏକ ଛତାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଅଛି।

You might also like