ଦୀପଦାନ ଓ ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ ଜରିଆରେ ନୟାଗଡ଼ର ରାଣୀମା ତଥା ପୂର୍ବତନ ସାଂସଦ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଶକ୍ତି ପ୍ରଦର୍ଶନ।

ନୟାଗଡ଼ ବିଜେପି ତରଫରୁ ଦୀପଦାନ କାର୍ଯ୍ୟକ୍ରମ ଲଗାତାର ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତରେ ନୟାଗଡ଼ର ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ନେତୃତ୍ୱରେ ଜାରି ରହିଛି। ତତସହ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଯୋଗଦାନ ଓ ତାଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ମନ୍ତ୍ର ଉଚ୍ଚାରଣ ସାଧାରଣ ଲୋକମାନଙ୍କୁ ଉତ୍ସାହିତ କରିଥିଲା। ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକର ନନ୍ଦିଘୋର ଗ୍ରାମପଞ୍ଚାୟତରେ ରାଣୀମା ପ୍ରତ୍ୟୁଷା ଘରକୁ ଘର ପହଂଚି ଦୀପଦାନ କାର୍ଯ୍ୟକ୍ରମ କରିଥିଲେ।

ଏହି ସମୟରେ ସାଧାରଣ ଲୋକ ଉତ୍ସାହିତ ହୋଇ ଯେଉଁଭଳି ସ୍ୱାଗତ ସମ୍ବର୍ଦ୍ଧନା ଦେଇ ରାଣୀମା ପ୍ରତ୍ୟୁଷାଙ୍କୁ ପାଛୋଟି ନେଉଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ଆରତୀ ଗୌଡ଼, କୃପାସିନ୍ଧୁ ଗୌଡ଼, ଦିଲ୍ଲୀପ ବେହେରା, ସନ୍ତୋଷ ରାଉତରାୟ, ରଞ୍ଜନ ପଣ୍ଡା ସମେତ ସ୍ଥାନୀୟ ଜନସାଧାରଣ ଏହି ଦୀପଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

You might also like