ମହିଳା ମାନେ ହେବେ ସ୍ୱାବଲମ୍ବି । ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଅଗ୍ରଣୀ ହେବେ ମହିଳା । ସେଥି ନିମନ୍ତେ ମିଶନ ଶକ୍ତି କୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ନୟାଗଡ଼ ସହରର ପ୍ରତ୍ୟେକ ୱାର୍ଡରେ ନିର୍ମାଣ ହୋଇଛି ମିଶନ ଶକ୍ତି ଗୃହ । ମହିଳାମାନେ ଏକାଠି ବସି ବିଭିନ୍ନ ଯୋଜନା ପ୍ରସ୍ତୁତ କରିବେ । ଆଜି ଅପରାହ୍ନରେ ନୟାଗଡ଼ ସହରର ନିର୍ମାଣ ହୋଇଥିବା ଦୁଇ ଗୋଟି ୱାର୍ଡ଼ରେ ଦୁଇଗୋଟି ମିଶନ ଶକ୍ତି ଗୃହକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ।

ଏହି ଅବସରରେ ଡ.ସାହୁ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ଯେତେ ସ୍ଵାବଲମ୍ବି ହୋଇପାରିବେ ସମାଜ ଅଧୀକ ବିକାଶ ଘଟିବ ବୋଲି ପ୍ରକାଶ କରିଥିଲେ । ପୁରୁଷ ମାନଙ୍କ ପରି ମହିଳା ମାନେ ଆଜି ଅଧିକ ରୋଜଗାରକ୍ଷମ ହୋଇପାରିଲେଣି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିକୁ ସ୍ଵତନ୍ତ୍ର ଗୁରୁତ୍ଵ ଦେଉଛନ୍ତି । ଆଜି ନୟାଗଡ଼ ପୌରାଞ୍ଚଳର ୭ ନଂ ୱାର୍ଡ ଓ ୯ ନଂ ୱାର୍ଡ ରେ ମିଶନ ଶକ୍ତି ଗୃହକୁ ଉଦ୍ଘାଟନ କରାଯାଇଛି ।

ଆଜି ର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହିଥିଲେ । ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।