Skip to content

ଦୁଇଦିନିଆ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ନୟାଗଡ଼ ତରଫରୁ ଏକ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ, ଉତ୍ସାହ ଓ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଜିଲ୍ଲା ରେ ଥିବା ତିନି ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀଙ୍କ ପ୍ରତିଭା କୁଲୋକ ଲୋଚନ କୁ ଆଣିବା ପାଇଁ ଲକ୍ଷ ଥିବା ବେଳେ, ତା 04-11-2024ରିଖ ଦିନ ଅତିରିକ୍ତ ଜିଲାପାଳ ଶ୍ରୀ ଦିଲୀପ କୁମାର ବଳ, ଯୋଗ ଦେଇ ବିଭିର୍ନ ବିଭାଗ ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ, ଏଥିରେ 100ମିଟର ଓ 200ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ଭ ଡିଆଁ, କ୍ୟାରମ, ଚେସଆଦି ପ୍ରତିଯୋଗିତା ନୟାଗଡ଼ କ୍ରୀଡାଙ୍ଗନ ଠାରେ ଅନୁଷ୍ଠିତ ହୋଇଥିଲା, ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁଆଜି ରୋଟାରି କ୍ଳବ ଠାରେ କୁଇଜ, ତର୍କ, ଚିତ୍ରାଙ୍କନ, ସଂଗୀତ, ନୁର୍ତ୍ୟ ପ୍ରତିଯୋଗିତା ହୋଇଥିବା ବେଳେ ସନ୍ଧ୍ୟା 5ଘଟିକା ସମୟ ରେବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଉପସ୍ଥିତ ରହି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ,

ଏଥି ସହିତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଅର୍ଚନା କହଁର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହି ଶିଶୁ ମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସିବିୟାନ ପ୍ରଧାନ, ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତା, ଚାଇଲିଡ଼ ଲାଇନ ର କର୍ମକର୍ତା, ଓ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତା ମାନେ ମିଳିତ ଭାବେ ପରିଚାଳନା କରିଥିଲେ, ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ରେ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ସଂମ୍ମାନ ଆଣିବେ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି