ଦୁର୍ଗାପୂଜାରେ ଲୋକାର୍ପିତ ହେଲା ଭଜନ ମା’ଲୋ ସିଂହ ବାହିନୀ

ଶାରଦୀୟ ଦୁର୍ଗାପୂଜା ଅବସରରେ ଭଜନ ମା’ଲୋ ସିଂହ ବାହିନୀ ‘ ସାର୍ବଜନୀନ ଦୁର୍ଗାପୂଜା, ନୟାଗଡ଼ ମଣ୍ଡପରେ ଲୋକାର୍ପିତ ଲୋକାର୍ପିତ ହୋଇଯାଇଛି । ‘ଶ୍ରୀ ସୃଜନ’ ସଙ୍ଗୀତାନୁଷ୍ଠାନ ଦ୍ଵାରା ପ୍ରସ୍ତୁତ ଏହି ଭଜନଟି କାଦମ୍ବିନୀ ମହାପାତ୍ର ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ଜୟଶ୍ରୀ ଦେବୀ କରିଛନ୍ତି ।ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼. ବିଜୟ କୁମାର ଚୌଧୁରୀ , ସମ୍ପାଦିକା ଜୟଶ୍ରୀ ଦେବୀଙ୍କ ସମେତ ଅତିଥି ଭାବେ ଲକ୍ଷ୍ମୀଧର ସାହୁ, ଶେଖ୍ ଅବୁଦୁଲ୍ ଖାଲିକ୍, ଅଶୋକ ମଲ୍ଲ, କାଦମ୍ବିନୀ ମହାପାତ୍ର, ରେଣୁବାଳା ସାହୁ, ଦିଲ୍ଲୀପ ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭଜନଟି ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଥିବା ବେଳେ ଏହା ବେଶ ଲୋକାଦୃତ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।

You might also like