ଦୁର୍ନୀତି ଅଭିଯୋଗରେ ଦୁଇ ଜିଆରଏସ ଚାକିରି ରୁ ବହିସ୍କୃତ | ବହିସ୍କୃତ ଜିଆରଏସଙ୍କ ଦୁର୍ନୀତି ଲିଙ୍କ୍ ରେ ଥିବା ଭିଏଲଡବ୍ଲୁ ଯନ୍ତ୍ରୀଙ୍କୁ ମାଫ କାହିଁକି ?

ନୟାଗଡ଼ ଜିଲ୍ଲା ର ଦୁଇ ଜଣ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକଙ୍କୁ ଆଜି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଚାକିରୀ ରୁ ବହିସ୍କାର କରିଛନ୍ତି । ବଳଭଦ୍ର ସ୍ୱାଇଁ ଯିଏକି ଭାପୁର ବ୍ଲକ ଅନ୍ତର୍ଗତ ନିମାଣି ପଞ୍ଚାୟତର ପୂର୍ବତନ GRS ତଥା ବର୍ତ୍ତମାନ ବଡ଼ ସହାରା ପଞ୍ଚାୟତରେ GRS ଭାବେ କାମ କରୁଥିଲେ । ତାଙ୍କ ନାମ ରେ ଅନେକ ଅଭିଯୋଗ ଥିଲା । ସେ ସରକାରୀ ଅର୍ଥ ହେରଫେର , ମିଥ୍ୟା ବିଲ, ଜାଲ ଦସ୍ତଖତ, ସରକାରୀ କାଗଜପତ୍ର ଠିକ ନ ରଖିବା , RH ପୋର୍ଟାଲ ରେ ମିଥ୍ୟା ଫଟୋ ଦେବା ଭଳି ସଙ୍ଗୀନ ଅଭିଯୋଗ ମାନ ଥିଲା ।

ଏହି ଅଭିଯୋଗ ର ତଦନ୍ତ କରି ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ସେହିପରି ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସଞ୍ଜୟ କୁମାର ଦାସ ଙ୍କ ନାମ ରେ ମଧ୍ୟ ଜବ କାର୍ଡ କାଟିବା ଆଦି ଗୁରୁତର ଅଭିଯୋଗ ମାନ ଥିଲା ।

ଏହିସବୁ ଅଭିଯୋଗ ର ଶୁଣାଣି କରି ଜିଲ୍ଲାପାଳଙ୍କ ବହିଷ୍କାର ନିଷ୍ପତି ନିଶ୍ଚିତ ପକ୍ଷେ ଜିଲ୍ଲାରେ ଦୁର୍ନୀତିଖୋର କର୍ମଚାରୀ ଭୟଭୀତ ହେବେ କିନ୍ତୁ ବହିସ୍କୃତ ଜିଆରଏସ ଦ୍ବୟଙ୍କ ଦୁର୍ନୀତି ଲିଙ୍କରେ ଥୁବା ସମ୍ପୃକ୍ତ ପଞ୍ଚାୟତର ଭିଏଲଡବ୍ଲୁ, ଯନ୍ତ୍ରୀଙ୍କ ବିରୁଦ୍ଧରେ କାହିଁକି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି ଜିଲ୍ଲାପାଳ, ଯାହାକି 5T ମନ୍ତ୍ର ସ୍ଵଛ ଅନୁଶାସନ ର ପରିପନ୍ଥୀ ବୋଲି ଆଲୋଚନା ହେଉଛି । ମାଳିସାହି ଏବଂ ନିମାଣୀ ପଞ୍ଚାୟତ ଦୁର୍ନୀତି ଲିଙ୍କରେ ଥିବା ସମସ୍ତ କର୍ମଚାରୀଙ୍କ ଉପରେ ସମାନ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ସରକାରୀ ଟଙ୍କା ଚୋରି କରୁଥିବା ଅସାଧୁ କର୍ମଚାରୀ ଉଚିତ ଶିକ୍ଷା ପାଇଥାନ୍ତେ ବୋଲି ସେହି ପଞ୍ଚାୟତ ବାସୀ କହିଛନ୍ତି

You might also like
Leave a comment