ଆମ ସଂସ୍କୃତି ଆମ ଏତିହ୍ୟ, ଆମପରମ୍ପରା ନେଇ ଶବର ସଂସ୍କୃତି ଲଳିତା ବିଦ୍ୟା ପତିଙ୍କ ପ୍ରଥମ ସାକ୍ଷାତ ସ୍ଥଳୀ ଦୋ ମୁହିଁ ନଦୀ ପଠା ରେ ବାଲିଚଲାଖିଆ ପର୍ବ ଅନୁଷ୍ଠିତ ହୋଇଛି, ଏଭଳି ନିଆରା ପର୍ବ ବିଶ୍ୱାବସୁ ଗଡ଼ ଭାପୁର ବ୍ଲକ ଧାନଚlଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀ ଗ୍ରାମ ରେ ଦେଖିବାକୁ ମିଳିଛି,ଏତିହ୍ୟ ଅନୁଯାୟୀ ଏହି କାଳିଆ ପଲ୍ଲୀ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଘ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ରେ କଣ୍ଟିଲୋ ଗ୍ରାମର ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ତଥା ଗଛ ସାର ଙ୍କ ଉଦଯୋଗ ଓ ସହଯୋଗ ରେ ଏହି ବାଲି ଚଲାଖିଆ ପର୍ବ ପାଳନ କରାଯାଇ ଆସୁଅଛି, ଏହି ବାଲି ଚଲାଖିଆ ପର୍ବ ସାରା ଓଡ଼ିଶାର ଶବର ସମ୍ପ୍ରଦାୟ ପାଇଁ ଏକ ଗୌରବ ର ବିଷୟ ଓ ଲଳିତା ବିଦ୍ୟା ପତିଙ୍କଶ୍ରଦ୍ଧା ଓ ସଂମ୍ମାନର ନିଦର୍ଶନଅଟେ,ଏହା ଦ୍ୱାରା ଶବର ରାଜା ବିଶ୍ୱlବସୁଓ ପ୍ରଭୁ ନୀଳ ମାଧବ ଙ୍କ ସ୍ମୁତି ଯାଗରିତ ହୁଏ,ଏହି ଅବସରରେ ଧାଙ୍ଗେଡି ପାହାଡ଼ ପାଦ ଦେଶ ରେ ପ୍ରବାହିତ କୁଆଁରିଆ ଓ କୁସୁମୀ ନଦୀର ମିଳନ ସ୍ଥଳ କମେଇ ନଦୀ ପଠାଚଳ ଚଞ୍ଚଳ ହୋଇ ପଡିଥିଲା, ସେଇ ନଦୀରେ ବିଶ୍ୱାବସୁ ଶବର ରାଜା ଙ୍କ କନ୍ୟା ଲଳିତା ସ୍ନାନ କରୁଥିବା ସମୟ ରେ ଭାସି ଯାଇଥିଲେ,
ନୀଳମାଧବ ଙ୍କୁ ଠାବ କରିବାକୁ ଆସିଥିବା ମାଳବ ଦେଶ ର ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ରାଜଦୂତ ବିଦ୍ୟାପତି ଲଳିତା ଙ୍କୁ ଭାସି ଯାଉଥିବା ସମୟ ରେ ଦୋ ମୁହିଁ ନଦୀ ସ୍ଥଳ ରୁ ଉଦ୍ଧାର କରିଥିଲେ, ପରେ ବିଦ୍ୟାପତି ଓ ଲଳିତା ଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା,, ବିଦ୍ୟାପତି ଲଳିତ ଙ୍କୁ ଉଦ୍ଧାର କରିଥିବାରୁ, ପ୍ରେମ ସମ୍ପର୍କ କୁ ସ୍ମୁତି ଭାବରେ ସଜାଇବା ପାଇଁ ଓ ବିଶ୍ୱା ବସୁ ଙ୍କ ସ୍ମୁତି ପୀଠକୁ ମନ ରଖିବା ପାଇଁ ଶବର ସମ୍ପ୍ରଦାୟ ର କନ୍ୟା ତଥା କାଳିଆ ପଲି ଗ୍ରାମ ର ଗ୍ରାମବାସୀ ଏହି ଦିନକୁ ମନେ ରଖିବା ପାଇଁ ନଦୀ ପଠା ରେ ଏକତ୍ରିତ ହୋଇ,ବିଦ୍ୟାପତି କିପରି ଲଳିତା ଙ୍କୁ ନଦୀ ରୁ ଉଦ୍ଧାର କରିଥିଲେ ତାହାନାଟକ ମାଧ୍ୟ୍ୟମ ରେ ପରିବେଷଣ କରିବା ସହିତ, ଏହି ଦିନକୁମନେ ରଖିବା ପାଇଁ ନଦୀ ପଠାରେ ବାଲି ଚଲାଖିଆ ପୂଜା କରିବାଓ ପିଠାପଣା ଓ ଖାଦ୍ୟ ପେୟର ଆସର ସହିତପର୍ବ କୁ ଧୁମ ଧାମ ରେ ପାଳନ କରାଯାଇଥିବା ବେଳେ ଗଛ ସାର ଏହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ