ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ନନ୍ଦିଘୋର ପଞ୍ଚାୟତର ଲକ୍ଷ୍ମୀବସ ବିଶ୍ରାମ ସ୍ଥଳର ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ । ଏହି ବସ୍ ଟର୍ମିନାଲରେ ୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯାଇଛି । ଏଥିସହିତ ଆଜି ୪ ଘଟିକା ସମୟରେ ତ୍ରିନାଥ ଠାକୁରଙ୍କରମନ୍ଦିର ଉଦଘାଟନ କରାଯାଇଛି। ଏଥି ନିମନ୍ତେ ୩ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହି ଅବସରରେ ଡ.ସାହୁ ନନ୍ଦିଘୋର ବିକାଶରେ ଜନ ସାଧାରଣଙ୍କ ସ୍ନେହ ଶ୍ରଦ୍ଧା ଭରି ରହିଛି। ଖୁବ୍ ଶୀଘ୍ର ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା କରାଯିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ବିରଜା ଲକ୍ଷ୍ମୀ ସାହୁ, ସ୍ଥାନୀୟ ସରପଞ୍ଚ ଶ୍ଵେତଲିନା ମିଶ୍ର, ସମିତି ସଭ୍ୟା ମାନସୀ ସ୍ଵାଇଁ, ସୁଧାକର ଷଡ଼ଙ୍ଗୀ, ରାମକୃଷ୍ଣ ପରିଡ଼ା, ଜୟକୃଷ୍ଣ ସାହୁ ଓ ଉମେଶ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।