ପବିତ୍ର ଜନ୍ମାଷ୍ଟମୀ ଓ ଦି ନନ୍ଦୋତ୍ସବ ପାଇଁ ସାରା ଓଡିଶା ଉତ୍ସବ ମୁଖର । ପୁର ପଲ୍ଲୀରେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି ଆବାଳବୃଦ୍ଧବନିତା । ବିଶେଷକରି ଗୋପାଳ ସମାଜର ଏହା ପ୍ରମୁଖ ପର୍ବ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ନୟାଗଡ଼ ଜିଲ୍ଲା ଗଣିଆ ଗୋପାଳ ସମାଜ ତରଫରୁ ମଙ୍ଗଳବାର ସକାଳୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହିତ ଲଉଡିଖେଳ ଦେଖିବାକୁ ମିଳିଥିଲା ।
ଆଧୁନିକ ଯୁଗରେ ଲଉଡିଖେଳ ଆଉ ଦେଖିବାକୁ ମିଳୁନଥିବା ବେଳେ ଆଜି କୁନି କୁନି ପିଲାମାନେ ଲଉଡିଖେଳି ଗୀତର ତାଳେ ତାଳେ ନାଚି ନାଚି ଗ୍ରାମ ପରିକ୍ରମା କରିଥିଲେ । ପିଲାମାନେ ନିଜକୁ ରାଧାକୃଷ୍ଣ ବେଶରେ ସଜାଇ ଥିବା ବେଳେ ଉତ୍ସବ ମୁଖର ହୋଇପଡିଥିଲା ପରିବେଶ । ଏହି କାର୍ଯ୍ୟକ୍ରମରେ ଗୋପାଳ ସମାଜର ଆନନ୍ଦ ଚନ୍ଦ୍ର ବେହେରା, ସନ୍ତୋଷ ବେହେରା,ଗୋଲେଖ ମାହୁନ୍ତ,ଯୋଗି ବେହେରାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।