ନବଘନ ପୁର ହାଇସ୍କୁଲ ପଡିଆ ଠାରେ ମା ମଙ୍ଗଳା ଙ୍କ ଏକ ହଜାର ଘଟ ମେଳଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ସାଂସଦ
ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନବଘନ ପୁର ହାଇସ୍କୁଲ ପଡିଆ ଠାରେ ଗ୍ରାମ ବାସୀଙ୍କ ସହଯୋଗ ରେ ତଥାସମାଜ ସେବି କବିରାଜ ସାହୁଙ୍କ ତତ୍ୱାବଧାନ ରେ 35ଗ୍ରାମର ଏକ ହଜାର ଘଟ ମେଳଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ 10ହଜାର ରୁ ଉର୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା,ନୟାଗଡ଼ ଟାଉନ,ଥାନା ପୋଲିସ ପକ୍ଷରୁଆଇନ ଶୃଙ୍ଖଳା ନିମନ୍ତେ ବ୍ୟାପକବ୍ୟବସ୍ଥା ହୋଇଥିବା ବେଳେ
35ଟି ଗ୍ରାମର ରହିଥିବା ମଙ୍ଗଳା କୋଠି ରୁ ଏକ ହଜାର ଘଟ ବନ୍ଦାପନା କରାଯାଇ ନବଘନ ପୂରକୁ ନିମନ୍ତ୍ରଣ କରାଯାଇଥିଲା, ବନ୍ଦାପନା ପରେ ଏକ ହଜାର ଘଟଙ୍କୁ ନେଇ ମାନସିକ ଧାରୀ ଭ କ୍ତା ନବଘନ ପୁର ଗ୍ରାମ ପରିକ୍ରମା କରିଥିଲେ, ଏହି ଅବସର ରେ ମାନ୍ୟବର ସାଂସଦ ସମ୍ବିତ ପାତ୍ର ଯୋଗ ଦେଇ ଥିବା ବେଳେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗ ଦେଇ ଥିଲେ, ମଙ୍ଗଳ କାମନା କରିବା ସହିତ ଉପସ୍ଥିତ ରହି ଏକ ହଜାର ଘଟ ଦର୍ଶନ କରିଥିଲେ, ହରିବୋଲ, ହୁଳହୁଳି ଘଣ୍ଟ କାହାଳି ନାଦରେ ଭକ୍ତିପରିବେଶ ମୟ ସୃଷ୍ଟି ହୋଇଥିବା ବେଳେ ନୀତି ଓ ପରମ୍ପରାଅନୁସାରେ ଏହି ମେଳଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପରିଶେଷରେ ନବଘନ ପୁର ଗ୍ରାମବାସୀ ଓ ଆୟୋଜକ କବିରାଜ ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ଶୁଭ କାମନା ଜଣାଇ ଥିଲେ,