ନବନିର୍ମାଣ କୃଷକ ସଙ୍ଘ ପକ୍ଷରୁ କୃଷି ଭିତିକ ବିଭିର୍ନ ଦାବି ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟା ଳୟ ରେ ଦାବି ପତ୍ର ପ୍ରଦାନ

ନବ ନିର୍ମାଣ କୃଷକ ସଂଗଠନ ନେତୃତ୍ୱ ରେ ବାଲୁଗାଁ, କ୍ରୀଦାସ ପୁର, କାଳିକାପ୍ରସାଦ, ଜେମାଦେଇ ପୁର, ଲାଠିପଡ଼ା ଗମ୍ଭାଡି, ଇକିରି ନୋତର, ଓ କେନ୍ଦୁ ଢିପି ପଞ୍ଚାୟତ ର ଚାଷୀଏକତ୍ରିତ ହୋଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ କାର୍ଯ୍ୟା ଳୟ ରେ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି, ଏପଟେ ଆତ୍ମା ଯୋଜନାରେ ସରକାରଙ୍କ ର କୋଟି କୋଟି ଟଙ୍କା ଆସୁଥିବା ବେଳେ ଜିଲ୍ଲା ର ଚାଷୀ ଙ୍କ ପାଖ ରେ ପହଂଚି ପାରୁନାହିଁ, କି ଯୋଜନା ବିଷୟ ରେ ଚାଷୀ ଅବଗତ ହୋଇ ପାରୁ ନଥିବା ବେଳେ କୌଣସି ଅଧିକାରୀ ଯୋଜନା ବିଷୟ ରେ ଜଣାଉ ନାହାନ୍ତି, କିଛି ଅସାଧୁ କର୍ମଚାରୀ, ଓ ଅସାଧୁ ହିତାଧିକାରୀ ମିଳି ମିଶି ଲୁଟ କରୁଛନ୍ତି, ତାହାର ସୁଫଳ ଚାଷୀ ପାଇ ପାରୁ ନଥିବା ବେଳେ କୋଟି କୋଟି ଟଙ୍କା ମିଛ କାଗଜ ପତ୍ର କରି ତାହା ଲୁଟ କରାଯାଉଛି, ଏ
ଚାଷୀ ଙ୍କ କହିବା ଅନୁଯାୟୀ ନୟାଗଡ଼ ବ୍ଲକ ଆତ୍ମା ଚେୟାର ମ୍ୟାନ, କିଛି ସରକାରୀ କର୍ମଚାରୀ କିଛି ଅସାଧୁ ଲୋକ ଙ୍କ ସହାୟତା ରେ ଲୁଟ କରୁଛନ୍ତି, ଚାଷୀ ମାନେ ତାହା ସୁବିଧା ପାଇବାରୁ ବଂଚିତ ହେଉଛନ୍ତି, ଚାଷୀଙ୍କୁ ବିଭିର୍ନ ଜିଲ୍ଲା ର ଚାଷୀଙ୍କ କ୍ଷେତ ପରିଦର୍ଶନ, କୃଷି ବିଜ୍ଞାନ ରେ ଚାଷ ସମ୍ବନ୍ଧୀୟ ତାଲିମ ପ୍ରଦାନ, ସରକାରଙ୍କ ପ୍ରଦର୍ଶନୀ ମେଳାକୁ ନେଇ ପ୍ରଦର୍ଶନୀ ଦେଖାଇ ଶିକ୍ଷା ଦେବାରେ ବ୍ୟବସ୍ଥା ରହିଛି, କିନ୍ତୁ କିଛି ନିର୍ଦିଷ୍ଟ ଚାଷୀ ତାର ବାରମ୍ବାର ସୁବିଧା ନେଉଛନ୍ତି, ଅନେକ ପଞ୍ଚାୟତ ର ଚାଷୀ ମାନଙ୍କୁ ସେ ସୁବିଧା ଦିଆଯାଉ ନାହିଁ, କି ସେ ବିଷୟ ରେ ସେମାନଂକୁ ଅବଗତ କରା ଯାଉନାହିଁ, ଗ୍ରାମ ରେ ବିହନ ବିଶୋଧନ କରିବା ପାଇଁ ଅନେକ ଟଙ୍କା ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହେଉଛି, ଓ ତାହା ମିଛ କାଗଜ ପତ୍ର କରାଯାଉଛି, ଚାଷୀଙ୍କୁ ପ୍ରକୃତ ବିହନ ବିଶୋଧନ ର ଶିକ୍ଷା ଦିଆ ଯାଉନାହିଁ, ସେ ଟଙ୍କା କୁ ହଡ଼ପ କରାଯାଉଛି, ବିଭିର୍ନ ଗ୍ରାମ ରେ କୃଷି ସମ୍ବନ୍ଧୀୟ କୃଷି ସଚେତନତା ଶିବିର ହେବାର ନିୟମ ରହିଥିଲେ ମଧ୍ୟ ପ୍ରକୃତ ତାହା ହେଉନାହିଁ, ସେ ଟଙ୍କା କୁ ଅସାଧୁ ହିତାଧିକାରୀ ଙ୍କ ନାମରେ ମିଛ କାଗଜ ପତ୍ର କରାଇ ଲୁଟ କରିବାରେ ଲାଗିଛନ୍ତି, ପ୍ରକୃତ ରେ ଚାଷୀ ସରକାରଙ୍କର ଯୋଜନା ର କୃଷି ବିଭାଗ ର କୌଣସିସହାୟତା ପାଉ ନାହାନ୍ତି, ଜିଲ୍ଲା ମୁଖ୍ୟ କାର୍ଯ୍ୟା ଳୟ ଠାରୁ ମାତ୍ର ଦଶ କିଲୋମିଟରଦୂରତା ରେ ଥିବା ପଞ୍ଚାୟତରେ ଥିବା ଚାଷୀ କୌଣସି ସୁବିଧା ପାଉ ନାହାନ୍ତି, ଉପରିସ୍ତକର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ତଳ ସ୍ତରର ଭିଏଲ ଡବ୍ଲୁପର୍ଯ୍ୟନ୍ତ କାହାକୁ ଦେଖୁ ନାହାନ୍ତି,କି ଜାଣୁ ନାହାନ୍ତି, କି ଚିହିଁ ନାହାନ୍ତି,ଏ ସବୁ ସମସ୍ୟା ନେଇ ଚାଷୀଙ୍କ ପକ୍ଷରୁ କୃଷି ଅଧିକାରୀଙ୍କୁ ଦୁର୍ନୀତି ର ତଦନ୍ତ ଓ ତୁରନ୍ତ ସମାଧାନ କରାଯାଇ ଚାଷୀ ଙ୍କ ପାଖରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚାଇଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇ ନିବେଦନ କରିଛନ୍ତି, ତତ ସହିତ ଏ ଦାବି କୁ ନେଇ ଯଦି ଶୀଘ୍ର ସମାଧାନ ନ କରାଯାଏ ଓ ଚାଷୀ ଙ୍କ ପାଖ କୁ ସବୁ ଯୋଜନା ସଠିକ ଭାବେ ପହଁଚା ନ ଯାଏଜିଲ୍ଲା ର ଚାଷୀ ମାନେ ଆଗାମୀ ଦିନ ରେ ଏ ଦୁର୍ନୀତି ସମ୍ବନ୍ଧୀୟ ତଥ୍ୟ ଜିଲାପାଳ, ଓ ରାଜ୍ୟ ସରକାର ଙ୍କୁ ଜଣାଇବା ଓ ସେଥି ପ୍ରତି କିଛି ଅଘଟଣଘଟେ ସେଥିପାଇଁ କୃଷି ବିଭାଗ ଦାୟୀ ରହିବେ ଓ ଆଗାମୀ ଦିନ ରେ କାର୍ଯ୍ୟା ଳୟ ଘେରାଉ କରା ଯିବ ବୋଲି ଦାବି ମାଧ୍ୟମ ରେ ଚେତାବନୀ ଦେଇ ଛନ୍ତି, ନବ ନିର୍ମାଣ କୃଷକ ସଙ୍ଗଠନ ର ଜିଲ୍ଲା ସଭାପତି ରଂଜିତ ଦଳ ବେହେରା ଙ୍କ ନେତୃତ୍ୱ ରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁମନ ପଟ୍ଟନାୟକ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି,ଚାଷୀ ଧ୍ରୁବ ଚରଣ ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ବିକ୍ରମ କୁମାର ସାହୁ, ଚୈତନ୍ୟ ସାହୁ, ଦାସ ରଥି ଦଳବେହେରା, ଜଗନ୍ନାଥ ମହାପାତ୍ର, ଶ୍ରୀମତୀ ରାଉତ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ପ୍ରସନ କୁମାର ପଟ୍ଟନାୟକ, ନରସିଂହସାହୁ, ନାରାୟଣ ଦାସ, ସତ୍ୟ ଭାମା ସାହୁ, ମହରଗି ପ୍ରଧାନ,, ମନୋଜ କୁମାର ଦଳବେହେରା, ଭିମସେନ ମହାନ୍ତି, ପ୍ରମୁଖ ଚାଷୀ ମାନେ ଉପସ୍ଥିତ ଥିଲେ

You might also like