ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚିଲା…..

ସୂଚନାଯୋଗ୍ୟ, ଗତକାଲି ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ତିନି ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।ଏଥିପାଇଁ ନବମ ଓ ଦଶମ ଶ୍ରେଣୀରେ ଚାଲିଥିବା ଥିବା ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଥିବା ହେବାକୁ ଥିବା ପରୀକ୍ଷାକୁ ବିଭାଗ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ସେହି ଦିନ ଗୁଡ଼ିକରେ ଥିବା ପରୀକ୍ଷାକୁ ଯଥାକ୍ରମେ ଆସନ୍ତା ୧, ୨ ଓ ୪ ତାରିଖରେ ଅନୁଷ୍ଠିତ ହେବ ।

ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ସହଯୋଗ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ପରବର୍ତ୍ତୀ ପରୀକ୍ଷା ସୂଚୀ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ।

You might also like