ନାଟୁଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ଅଭିନଵ ପ୍ରୟାସ

ଲୋକଙ୍କ ପାଇଁ ଭଲ କାମ କରି ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ବେଳେ ପଞ୍ଚାୟତ ର 29ତମ ବୈଠକ ଚଳୁଥିବା ବେଳେ ନେଇ ଥିଲେ ଏକ ଅଭିନବ ପ୍ରୟାସ, ହଟାତ ସମସ୍ତ ନିର୍ବାଚିତ ୱାର୍ଡ଼ ମେମ୍ବର ମାନଙ୍କ ସହିତ ସମିତି, PEO, JRS ଙ୍କୁ ସାଥିରେ ନେଇ ଯାଇଥିଲେ,ପଞ୍ଚାୟତ ପରିସର ସମସ୍ତ ଗ୍ରାମରେ ହୋଇଥିବା ଉର୍ନତି ମୂଳକ କାର୍ଯ୍ୟ ଦେଖିବା ପାଇଁ ପଞ୍ଚାୟତ ଅନୁଦାନ ରେ ହୋଇଥିବା ସ୍କୁଲ ଡେଭଲପମେଣ୍ଟ କାର୍ଯ୍ୟ ଦେଖି ସମସ୍ତେ ଖୁସି ହୋଇଥିଲେ, ସାଲୁଣି ସ୍କୁଲ ରେ ଚାଲିଥିବା ଶିକ୍ଷାଦାନ, ଓ ପରିଷ୍କାର ପରିଚ୍ଛର୍ନ ଦେଖି ସମସ୍ତେ ଆନନ୍ଦ ହେବା ସହ ଶିକ୍ଷକ ଙ୍କୁ ଧନ୍ୟବାଦ ଦେଇ ଥିଲେ,

ନାଟୁଗାଁ ସ୍କୁଲ ର ପରିବେଶ ଦେଖିବା ସହ ସଜନା ପଡ଼ା ହାଇସ୍କୁଲ ର ସମସ୍ୟା ବିଷୟ ରେ ପଚାରି ବୁଝି ଥିଲେ,ଆଗାମୀ ଦିନ ରେ ଏହି ସ୍କୁଲ ରେ କେମିତି ଅଧିକ ରୁ ଅଧିକ ପିଲା ହେବେ ସେ ବିଷୟ ରେ ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ଅବଗତି କରାଇଥିଲେ,ସଜନା ପଡ଼ା ପ୍ରାଇ ମେରୀ ସ୍କୁଲ ରେ ଶିକ୍ଷାଦାନ ଠିକ ଭାବରେ ହେଉନାହିଁ ବୋଲି ଲୋକ ମାନେ ଅଭିଯୋଗ କରିଥିଲେ,ସେ ବିଷୟ ରେସରପଞ୍ଚ ସାଗରବାଳା ବରାଡ଼ ଶିକ୍ଷକ ସହ ଆଲୋଚନା କରି ଶିକ୍ଷାଦାନ କୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇ ଥିଲେ,ଏହି କାର୍ଯ୍ୟ ଦେଖି ପଞ୍ଚାୟତ ର ବୁଦ୍ଧି ଜୀବି ମାନେ ପ୍ରସଂସା କରିଥିଲେ

You might also like