ନିଉଟାଉନ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଲାଗି ତାଲା ପକାଇଲେ ଛାତ୍ର ଛାତ୍ରୀ

ନୟାଗଡ ପୌରାଞ୍ଚଳ ଅନ୍ତର୍ଗତ ନିଉ ଟାଉନ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ 10ଘଟିକା ସମୟ ରେ ସ୍କୁଲ ଗେଟରେ ତାଲା ମାରି ଆନ୍ଦୋଳନରେ ସାମିଲ ହେଲେ । ଉକ୍ତ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୩୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ସ୍କୁଲ କମିଟିର ସଭାପତି କହିବା ମୁତାବକ ୨୦୨୩ ମସିହାରେ ଜଣେ ଶିକ୍ଷକ ଏହି ସ୍କୁଲରୁ ଅବସର ନେଇଥିଲେ । ପରମୁହୁର୍ତ୍ତରେ ୨୦୨୪ ମସିହାରେ ଆଉ ଜଣେ ଶିକ୍ଷକ ଅବସର ନେଇଥିଲେ ।

ଜଣେ ମାତ୍ର ଶିକ୍ଷକ ସମସ୍ତ କ୍ଲାସରେ ପାଠ ପଢାଇବା ପାଇଁ ସମ୍ଭବ ନୁହେଁ । ଏଥି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ବାରମ୍ଵାର ଦୃଷ୍ଟିଗୋଚର କରାଯାଇଥିଲା । ନୂତନ ଶିକ୍ଷକ ନିଯୁକ୍ତ ହେଲେ ଉକ୍ତ ସ୍କୁଲ କୁ ଜଣେ ଶିକ୍ଷକଙ୍କୁ ଦିଆଯିବ ବୋଲି ପ୍ରତିଶୃତି ଦେଇ
ଥିଲେ ।ନୂଆ ଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ଉକ୍ତ ସ୍କୁଲକୁ ଶିକ୍ଷକ ଦେଇ ନଥିବାରୁ ଆଜି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆଉ ଜଣେ ଶିକ୍ଷକଙ୍କୁ ଏହି ସ୍କୁଲକୁ ଡେପୁଟେସନରେ ଦିଆଯାଇଥିଲେ ମଧ୍ୟ ସେ ପ୍ରାୟ ସମୟ ସ୍କୁଲ ନଆସି ଅନ୍ୟାନ୍ୟ ଅଫିସ କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ଆନ୍ଦୋଳନ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଆସି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ହଟିଥିଲେ ।

You might also like