Skip to content

ନିରୋଗ କ୍ଳିନିକ୍ ରେ ଅଲଟ୍ରା ସାଉଣ୍ଡ ଉ ଉଦଘାଟନ କଲେ ବିଧାୟକ

ନୟାଗଡ଼ ସହରର ଖଣ୍ଡପଡ଼ା ରୋଡ଼ସ୍ଥ ‘ନିରୋଗ’ କ୍ଳିନିକ୍‌ରେ ଅଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ । ନୟାଗଡ଼ ସହରରେ ମାତ୍ର ଦୁଇଟି ଅଲଟ୍ରା ସାଉଣ୍ଡ କେନ୍ଦ୍ର ଥିବାରୁ ରୋଗୀ ମାନେ ବହୁ ହଇରାଣ ହରକତ ହେଉଥିଲେ । ଆବଶ୍ୟକ ସ୍ଥଳେ ଭୁବନେଶ୍ଵର ଯାଉଥିଲେ । ଏହି ଅସୁବିଧାକୁ ଦୂର କରିବା ପାଇଁ ନିରୋଗ କ୍ଳିନିକ୍ ର ଅଲଟ୍ରା ସାଉଣ୍ଡ ନିଶ୍ଚିତ ଭାବେ ରୋଗୀ ମାନଙ୍କୁ ସାହାର୍ଯ୍ୟ କରିବ ବୋଲି ଉପସ୍ଥିତ ସାଧାରଣରେ ମତ ପ୍ରକାଶ ପାଇଛି ।

ଏହି ନିରୋଗ କ୍ଳିନକ୍ ରେ ଅତ୍ୟାଧୁନିକ ମେଶନ ସାହାର୍ଯ୍ୟରେ ପାଧୋଥୋଲୋଜି, ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ଅଲଟ୍ରା ସାଉଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ଏହି କ୍ଳିନକ୍ ର ପ୍ରୋପ୍ରାଇଟର ସନ୍ତୋଷ କୁମାର ନାୟକ ଓ ସାନ ଭାଇ ଡାକ୍ତର ମନୋଜ କୁମାର ନାୟକ ପ୍ରକାଶ କରିଛନ୍ତି । ଆଜି ର ଏହି କାର୍ଯ୍ୟକ୍ରମରେ ଜବୟସକ୍ଟକ୍ଷକ୍ଟଶଚ୍ଚ ଡାକ୍ତର ଉପସ୍ଥିତ ରହି ୧୫ଜଣ ରୋଗୀଙ୍କର ଅଲଟ୍ରା ସାଉଣ୍ଡ କରିଥିବା ବେଳେ ସମାଜସେବୀ ଶ୍ରୀକାନ୍ତ କୁମାର ଖଟେଇ, ରାଧେଶ୍ୟାମ ମହୋତା ଶ୍ରୀଧର ସାହୁ, ଧୀରେନ୍ଦ୍ର ପଟ୍ଟନାୟକ ଙ୍କର ସହିତ ଅନନ୍ୟା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ନୟାଗଡ ରୁ ଜିତୁନ ମହାପାତ୍ର ଙ୍କ ରପୋଟ ନୟାଗଡ ଟୁଡେ ।

Ad 1