Skip to content

ନିର୍ବାଚନ ନେଇ ଜିଲ୍ଲା ପାଳଙ୍କ ସଦ ଭାବନା ଗୃହ ରେ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼ ଜିଲାପାଳ ଙ୍କ ସଦ ଭାବନା ଗୃହ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଜିଲାପାଳ ସ୍ଵଧାଦେବ ସିଂ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲାପାଳ ନିର୍ବାଚନ ରୋଜାନି ଦାସ, ଜିଲାପରିଷଦ କାର୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଓ ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ,ଜିଲ୍ଲା ର 4ଗୋଟି ନିର୍ବାଚନ ମଣ୍ଡଳୀ ରେ କିପରି ଶାନ୍ତିପୂର୍ଣ ଅନୁଷ୍ଠିତ ହେବ ସେଥି ନିମନ୍ତେ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ଜିଲାପାଳ ପ୍ରକାଶ କରିଥିଲେ,କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ କାର୍ଯ୍ୟାଳୟ ଚାଲୁ ରହିଥିବା କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି,ସହର ମଧ୍ୟ ରେ ଥିବା ସମସ୍ତ ତାଜନୈତିକ ହୋଡିଂ ଉପରେ କପଡା ଘୋଡା ଯାଇଛି,ଚାଲୁ ରହିଥିବା ପୁରୁଣା କାର୍ଯ୍ୟ ଚାଲୁ ରହିବ,ପ୍ରତ୍ୟକ ସୋମବାର ହେଉଥିବା ଜିଲାପାଳଙ୍କ ଅଭିଯୋଗ ଗୁଡିକ ବନ୍ଦ ରହିବ ଲୋକମାନଙ୍କବିନା ଅନୁମତି ରେ ରାଜନୈତିକ ଦଳ ମାନେ ମନ ଇଚ୍ଛା ପୋଷ୍ଟର ବ୍ୟାନର ଲଗାଇ ପାରିବେ ନାହିଁ, ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲା ଯାଇ ଥିବା ବେଳେ 2019ମସିହା ରେ 936ଟି ବୁଥ ଥିବା ବେଳେ,2024ନିର୍ବାଚନ ରେ 937ଟି ବୁଥ ରହିଛି,2019ମସିହା ରେ 7ଲକ୍ଷ 91ହଜାର 350ଭୋଟର ରହିଥିବା ବେଳେ 2024ନିର୍ବାଚନ ରେ 8ଲକ୍ଷ 2ହଜାର 802ଭୋଟର ରହିଛନ୍ତି,ପୁରୁଷ ଭୋଟର 4ଲକ୍ଷ 19ହଜାର 984ଥିବା ବେଳେ ମହିଳା ଭୋଟର 3ଲକ୍ଷ 82ହଜାର 756ଜଣ ଅଛନ୍ତି, ଓଡ଼ଗାଁ ବ୍ଳକ ରେ 86ଗୋଟି ବୁଥ ଥିବା ବେଳେ ରଣପୁର ରେ 163ଗୋଟି ବୁଥ ରହିଛି, ଖଣ୍ଡପଡ଼ା ରେ 160, ଭାପୁର ରେ 101, ଗଣିଆ ରେ 41, ଦଶପଲ୍ଲା ବ୍ଳକ ରେ 100, ନୂଆଗାଁ ବ୍ଳକ ରେ 90, ଓ ନୟାଗଡ଼ ବ୍ଳକ ରେ 160ଗୋଟି ବୁଥ ରହିଛି, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଅଧିକାରୀ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି, ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ ରାଜସ୍ୱ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀପାଇଁ ଅତିରିକ୍ତ ଜିଲାପାଳ ନିର୍ବାଚନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି, ଜିଲ୍ଲା ରେ ଗୋଟିଏ ମଡେଲ ବୁଥ ନିର୍ମାଣ କରାଯିବ,

ମହିଳା ମାନଙ୍କ ପାଇଁ 120ସଖି ବୁଥ ହେବ, ଗ୍ରୀଷ୍ମ ଦାଉରୁ ରକ୍ଷା ନିମନ୍ତେ ପାନୀୟ ଜଳ ର ବ୍ୟବସ୍ଥା ସହିତ ବିଶ୍ରାମ ସ୍ଥଳୀ ବୁଥ ମାନଙ୍କ ରେ ନିର୍ମାଣ କରାଯିବ,, ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଠାରେ ସମସ୍ତ ବୁଥ କର୍ମଚାରୀ ମାନଙ୍କୁ ଗ୍ରହଣ କରାଯିବା ସହିତ ସେଠାରୁ ଡେସପ୍ୟାଚ କରାଯିବ, କାଉଁଟିଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ,85ବର୍ଷ ଉର୍ଦ୍ଧ ନାଗରିକଙ୍କ ପାଇଁ ଘରୋଇ ଭୋଟିଙ୍ଗ ବ୍ୟବସ୍ଥା କରାଯିବ,ଦିବ୍ୟାଙ୍ଗ ମାନେ ଏହାର ସୁବିଧା ନେଇ ପାରିବେ, ଶାନ୍ତିପୁର୍ଣ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ କରିବା ସହ ସ୍ୱତନ୍ତ୍ର ପ୍ରୟାସ, ଓ ସ୍ୱତନ୍ତ୍ର ଟିମ ମାଧ୍ୟମ ରେ ଅନେକୱାରେଣ୍ଟି ମାନଙ୍କୁ ଗିରଫ, ବହୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ ସହ 12ଗୋଟି ସାଇନ୍ସ ସ୍କ୍ୱାଡ଼ ଗଠନ କରିଥିବାଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରକାଶ କରିଛନ୍ତି, ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ

Ad 1