ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ଓ ନୟାଗଡ଼ ବ୍ଲକର ୩୬୮ ଜଣଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥି ନିମନ୍ତେ ମୋଟ ୧ କୋଟି ୯୧ଲକ୍ଷ ୩୯ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ୪୪ ଜଣଙ୍କୁ ମୃତ ସହାୟତା ରାଶି ପ୍ରଦାନ ବାବଦରେ ୮୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିବାହ ସହାୟତା ୧୯୭ଜଣଙ୍କୁ ପ୍ରଦାନ କରା ଯାଇଛି ।

ଏଥି ସହ ୧୫୦ ଜଣଙ୍କୁ ନୂତନ ଶ୍ରମିକ କାର୍ଡ ବଣ୍ଟନ କରାଯାଇଛି । ସେହିପରି ଭାବେ ଅଣସଂଗଠିତ ନିର୍ମାଣ ଶ୍ରମିକ ଭାବେ ୭୦ ଜଣ ଙ୍କୁ ନୂତନ କାର୍ଡ ବଣ୍ଟନ କରାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ , ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ ପୌରାଞ୍ଚଳ ଅଧ୍ଯକ୍ଷା ନିରୁପମା ଖଟେଇ , ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ, ସୁବାଷ କଅଁର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ବିଧାୟକ ଡ.ସାହୁ ନିର୍ମାଣ ଶ୍ରମିକ ମାନେ ଜଣେ ଜଣେ ବିଶ୍ଵକର୍ମା ବୋଲି ପ୍ରକାଶ କରିଥିଲେ । ସାରା ଭାରତ ବର୍ଷରେ ଓଡ଼ିଶା ଗୋଟିଏ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହା ଦ୍ଵାରା ଅନେକ ନିର୍ମାଣ ଶ୍ରମିକ ଉପକୃତ ହେଉଛନ୍ତି । ନିର୍ମାଣ ଶ୍ରମିକ ମାନେ ଅନେକ ଉଚ୍ଚ କୋଟିର କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିଲା । ମୁଖ୍ୟ ମନ୍ତ୍ରୀଙ୍କ ଲାଗି ନିର୍ମାଣ ଶ୍ରମିକ ମାନେ ନିଜର ସମ୍ମାନ ପାଇଛନ୍ତି ।

You might also like