Skip to content

ନିର୍ମାଣ ଶ୍ରମିକ ଙ୍କୁ ସହାୟତା ରାଶି ବଣ୍ଟନ କଲେ ବିଧାୟକ,672ହିତାଧିକାରୀ ଙ୍କୁ 4କୋଟି 57ଲକ୍ଷ ଟଙ୍କା ପ୍ରଦାନ

ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି, ମାନ୍ୟବର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 672ଜଣହିତାଧିକାରୀ ଙ୍କୁ 4କୋଟି 57ଲକ୍ଷ 4ହଜାର 8ଶହ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି,

କାର୍ଯ୍ୟକ୍ରମ ରେ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ପୌରାଧକ୍ଷା ନିରୁପମା ଖଟେଇ,ଙ୍କ ସମେତ ଶ୍ରମ କାର୍ଯ୍ୟାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ,ଏହି ଅବସରରେ ବିଧାୟକ ଡ଼ ଅରୁଣ କୁମାର ସାହୁ ନିର୍ମାଣ ଶ୍ରମିକ ଙ୍କ ଉର୍ନତି ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିର୍ନ ଯୋଜନା ପ୍ରଣୟନ କରିଛନ୍ତି,ନିର୍ମାଣ ଶ୍ରମିକ ମାନଙ୍କ ର ଶିକ୍ଷା ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସହାୟତା ରାଶି ପ୍ରଦାନ କରୁଛନ୍ତି, ନିର୍ମାଣ ଶ୍ରମିକ ମାନେ ଅଧିକ,ଉପକୃତ ହେଲେ ସମାଜ ର ପରିବର୍ତ୍ତନ ଆସିବ ବୋଲି ବକ୍ତବ୍ୟ ରଖି ଥିଲେ,

125ଜଣହିତାଧିକାରୀ ଙ୍କୁ 2କୋଟି 48ଲକ୍ଷ ଟଙ୍କା ର ମୃର୍ତ୍ୟୁ ଜନିତ ସହାୟତା ପ୍ରଦାନ କରିଛନ୍ତି, ଏଥି ସହିତ ଫରନେରାଲ,ଏ କସ୍ପେଣ୍ଡ୍ସ ନିମନ୍ତେ 108ଜଣ ହିତାଧିକାରୀ ଙ୍କୁ 5ଲକ୍ଷ 40ହଜାର ଟଙ୍କା ପ୍ରଦାନ କରିଛନ୍ତି,ବିବାହ ସାହାଯ୍ୟ ନିମନ୍ତେ 376ହିତାଧିକାରୀ ଙ୍କୁ 1କୋଟି 81ଲକ୍ଷ 65ହଜାର ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି, ଶିକ୍ଷା ସହାୟକ ନିମନ୍ତେ 67ଜଣକୁ 4ଲକ୍ଷ 59ହଜାର 8ଶହ ଅନୁଦାନ ପ୍ରଦାନ କରିଛନ୍ତି,ମ୍ୟଟ୍ରିକ ନିମନ୍ତେ 3ଜଣକୁ 30ହଜାର ପ୍ରଦାନ କରାଯାଇଛି,100ଜଣକୁନିର୍ମାଣ ଶ୍ରମିକ ରେଜିଷ୍ଟେସନ କାର୍ଡ ପ୍ରଦାନ କରାଯାଇଥିବା ସୂଚନାମିଳିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବହୁ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ,

Ad 1