ନୂଆଗାଁ ,ଗଣିଆ ରେ ବଦଳିଲେ ବିଡ଼ିଓ, ଭାପୁରରେ ନୂଆ ବିଡ଼ିଓ

ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ପଞ୍ଚାୟତ ରାଜ ବିଭାଗରୁ ଅନେକ ଅଧିକାରୀଙ୍କୁ ରାଜସ୍ଵ ବିଭାଗକୁ ନେଇଛନ୍ତି ।ଭାପୁରରେ ବହୁଦିନ ଧରି ବିଡ଼ିଓ ପଦବୀ ଖାଲି ପଡିଥିଲା। ଯାଜପୁର ଜିଲ୍ଲା ଦାନଗଦି ବିଡ଼ିଓ ସାରନ୍ଦା ପ୍ରଶନ୍ନ ପଣ୍ଡା ଙ୍କୁ ଭାପୁର ବିଡ଼ିଓ ଭାବେ ବଦଳି କରାଯାଇଛି । ଗଣିଆ ରେ କାର୍ଯ୍ୟରତ ବିଡ଼ିଓ ଦେବୀକା ମଞ୍ଜରୀ ନାୟକଙ୍କୁ ରାଜସ୍ଵ ବିଭାଗକୁ ବଦଳି କରାଯାଇଛି । ସେହିପରି ଭାବେ ନୂଆ ଗାଁ ବିଡିଓ ବାସୁଦେବ ନାୟକଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଛି ।

You might also like