ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ଆଜି ୮ମ ସାଧାରଣ ଅଧିବେଶନ ସଭା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ ରାଉଳ ,ସାଂସଦ ପ୍ରତିନିଧି ଭୀମସେନ ସେଠୀ , ୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ,୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ସମେତ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ଏବଂ ବ୍ଲକର ସମସ୍ତ ବିଭାଗର ପ୍ରଶାସନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ସଭା ଆରମ୍ଭରେ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ମିଶ୍ରଙ୍କର ଗତକାଲି ଆକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ କିଛିଦିନ ଧରି ମେଡିକାଲରେ ଚିକିତ୍ସାଧୀନ ଥିଲେ। ତାଙ୍କର ନିଜ ଘର ଆସ୍କାର ମୁଣ୍ତମରାଇ ଅଂଚଳରେ ହୋଇଥିବା ବେଳେ ସେ ନୂଆଗାଁ ବ୍ଲକରେ ଚାକିରି କରୁଥିଲେ। ସେ ବାଲେଶ୍ବର ଭୋଗରାଇ ବ୍ଲକରୁ ପ୍ରଥମ ଚାକିରି ଆରମ୍ଭ କରିଥିଲେ। ଏପରିକି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମେତ ଦଶପଲ୍ଲା, ନୟାଗଡ ଏବଂ ଖଣ୍ତପଡା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ସ୍ମୃତି ଉେଦ୍ଦଶ୍ୟରେ ଆଜି ବ୍ଲକ ସଭାଗୃହରେ ନୀରବ ପାର୍ଥନ କରାଯାଇଥିଲା । ମୁଖ୍ୟତଃ ସ୍ବାସ୍ଥ୍ୟ, ଉଦ୍ୟାନ କୃଷି, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା, ମନରେଗା ଯୋଜନା ଉପରେ ଆଲୋଚନା କରାଯାଇଥିଲା। ବ୍ଳକର ସମସ୍ତ ପଞ୍ଚାୟତରେ ପିଇବା ପାଣି ସମସ୍ୟା ରହିଥିବାରୁ ବିଭାଗୀୟ ଅଧିକାରୀ କୁହାଯାଇଥିଲା । ଶିକ୍ଷା ବିଭାଗରେ କୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠେଇଥିଲେ ଜନପ୍ରତିନିଧି । ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।