ନୂଆଗାଁ ବ୍ଲକ୍ ରେ ମାଣ୍ଡିଆ ଦିବସ ଉପଲକ୍ଷେ କର୍ମଶାଳା

ନୂଆଗାଁ: ନୂଆଗାଁ ବ୍ଲକ୍ ପରିସରରେ ଥିବା ସଦଭାବନା ଗୃହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହରିଜନ ଆଦିବାସୀ ମଙ୍ଗଳ ଏବଂ ନୟାଗଡ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ ମିଳିତ ସହଯୋଗରେ ମାଣ୍ଡିଆ ଦିବସ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁପର ଭାଇଜର ମଞ୍ଜୁଶ୍ରୀ ପଣ୍ଡା,ପ୍ରକଳ୍ପ ସଂଯୋଜିକା ସସ୍ମିତା ପରିଡ଼ା,ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ନାୟକ, ହାମସ ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ପ୍ରକଳ୍ପ ସଂଯୋଜିକା କୁମାରୀ ସୁନୀତା ଦାସଗୁପ୍ତା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି କାର୍ଯ୍ୟକ୍ରମ କୁ ଆଗେଇ ନେବା ସହ ଏହି ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ ଦିବସ ରୂପେ ଘୋଷଣା କରାଯାଇଥିବା କହିଥିଲେ।ମାଣ୍ଡିଆ ର ଉପକାରିତା ଓ ଗୁଣବତ୍ତା ଉପରେ ଧାରଣା ଦେଇଥିଲେ। ମଞ୍ଚାସୀନ ଅତିଥି ମାନେ ମାଣ୍ଡିଆ କାହିଁକି ଖାଇବା ଓ ମାଣ୍ଡିଆ ର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

You might also like