ନୂଆଗାଁ ବ୍ଲକ ମଧ୍ୟରେ ଥିବା ବିଭିନ୍ନ ମହାବିଦ୍ୟାଳୟ ମଧ୍ୟରେ ନୂଆ –ଓ ଛାତ୍ରବୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଛାତ୍ର ଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ବିଭିନ୍ନ ଯୋଜନା କରି ଅଛନ୍ତି ନୂଆ – ଓ ଛାତ୍ର ବୃତି କାର୍ଯ୍ୟ କ୍ରମ ମାଧ୍ୟମରେ ଶିକ୍ଷାର ଉଆର୍ନ୍ନ୍ତି ଆଣିବା ପାଇଁ ଏହି ବୃତି କାର୍ଯ୍ୟକ୍ରମ ଚଳିତ ବର୍ଷ ବିଭିନ୍ନ ମହାବିଦ୍ୟା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୋରଡା ପାଞ୍ଚାୟତ ମାଧୟରେ ଥିବା ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟରେ ଶାସ୍ତ୍ରୀ ପ୍ରଥମ ବର୍ଷ ,ଦିତୀୟ ବର୍ଷ ଓ ତୃତୀୟ ବର୍ଷର ୮୯ ଛାତ୍ର ଛାତ୍ରୀଙ୍କୁ ଅନୁଦାନ ପତ୍ର ବଣ୍ଟନ କରାଯାଇଛି ।

ମହାବିଦ୍ୟାଳୟର ଅଧକ୍ଷ ପଦ୍ମଚରଣ ସାହୁ ,ଓଡିଆ ବିଭାଗ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଡିଗ୍ରୀ କଲେଜ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ ଥିଲେ, ତତ ସହିତ ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ,୧୬ ଜିଲ୍ଲା ପରିଷଦ ଜସ୍ମିନ ଦାସ ଯୋଗଦେଇ ସମୁଦାୟ ୨୯୩ ଛାତ୍ର ଛାତ୍ରୀଙ୍କୁ ଅନୁଦାନ ପତ୍ର ବଣ୍ଟନ କରାଯାଇଛି ଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ ଅଧକ୍ଷ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ