ନୂଆ -ଓ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ନୟାଗଡ଼ ଲାଠିପଡ଼ା ଟାଙ୍ଗୀ ପଡିଆ ରେ ଅନୁଷ୍ଠିତ ହୋଇଛି, ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଥିଲେ, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5-ଟି ଅଧକ୍ଷ କାର୍ତିକ ପାଣ୍ଡିଆନ ଭିଡିଓ ବାର୍ତ୍ତା ମାଧ୍ୟମ ରେ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧନ କରିଥିଲେ,
ଛାତ୍ର ଛାତ୍ରୀ ମାନେ କିଭଳି ସମୟାନୁବର୍ତ୍ତିତା ଶିଖି ପାରିବେ ତାହା ନୂଆ ଓ କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ପାଣ୍ଡିଆନ କହିଥିଲେ, ବିଦ୍ୟାଳୟ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ରୂପାନ୍ତରଣ ପାଇଁ ମୁଖ୍ୟ ମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି,11ଟି ମେଡିକାଲ କଲେଜ ରାଜ୍ୟ ରେ ଖୋଲିଚି,ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରି ମୁଖ୍ୟ ମନ୍ତ୍ରୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଅନନ୍ୟ କାର୍ଯ୍ୟ କରିଛନ୍ତି,
ଛାତ୍ର ଛାତ୍ରୀ ଙ୍କ ବୃତ୍ତି ପ୍ରଦାନ କ୍ଷେତ୍ର ଠାରୁ ଆରମ୍ଭ କରି ମୁଖ୍ୟ ମନ୍ତ୍ରୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇ ଛନ୍ତି ବୋଲି ଅଧକ୍ଷ କହିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଙ୍କୁ ସ୍ୱାଭିମାନ ଓଡ଼ିଆ ଭାବେ ବଂଚିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା କହିଥିଲେ, ଛାତ୍ର ଛାତ୍ରୀ ମାନେ ନୀତି ବାନ ହେବାକୁ ସଂକଳ୍ପ କରିବାଆବଶ୍ୟକ ବୋଲି ରଣପୁର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ, ଆମ ରାଜ୍ୟ ରେ 5ଟି ଏକ ବିପ୍ଳବ ରେ ପରିଣତ ହୋଇଛି ବୋଲି ନୟାଗଡ଼ ବିଧାୟକ ଡ଼ ସାହୁ କହିଥିଲେ,5ଟି ଅଧକ୍ଷ କାର୍ତିକ ପାଣ୍ଡିଆନ ଏହାର ନେତୃତ୍ୱ ନେଇ ଓଡିଶା କୁ ଆଗକୁ ନେଉଛନ୍ତି, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତର ଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ ଛନ୍ତି,
ନୂଆ କଥା ଶିଖିବା,ନୂଆ କଥାନୂଆଦେଖିବା, ନୂଆ କାର୍ଯ୍ୟକରିବା କାର୍ଯ୍ୟକ୍ରମ ସୁଯୋଗଦେଇଛି,ଆନୁଷ୍ଠାନିକ ଶିକ୍ଷା ରେ ସୀମିତ ନ ରହି ବ୍ୟକ୍ତି ଗତ ଅନ୍ତର୍ନିହିତ ପ୍ରତିଭା କୁ ଆଗକୁ ଆଣିବା ନୂଆ ଓ କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା କହିଥିଲେ, ନୟାଗଡ଼ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉପଜିଲାପାଳ ଶକ୍ତି କାନ୍ତ ରାୟ, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା, ପ୍ରମୁଖ ସାମିଲ ହୋଇଥିଲେ, ନୟାଗଡ଼ ଜିଲ୍ଲା ର ପ୍ରତ୍ୟକ ମହାବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ,15ହଜାର ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ