ଖଣ୍ଡପଡ଼ା ଥାନା ପରିସରରେ ନୂତନ ଆଇନ କାର୍ଯ୍ୟକାରିତା ନେଇ ସୋମବାର ସନ୍ଧ୍ୟାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଏସଡିପିଓ ବିମଳ କୁମାର ବାରିକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ତହସିଲଦାର ଧୋଵେଇ ନାୟକ, ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ, ଆଇନଜୀବୀ ଗିରିଜା ଶଙ୍କର ତରାସିଆ, ଗିରିଜା ଶଙ୍କର ମିଶ୍ର, ସଂଗ୍ରାମ କେଶରୀ ମିଶ୍ର, ବିକ୍ରମ କେଶରୀ ଦେଓ, ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ଆଜିଠାରୁ କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ୧୯୭୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩।
ଇଣ୍ଡିଆନ ପେନାଲ କୋଡ୍ ୧୮୬୦ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଲାଗୁ ହୋଇଥିବା ନେଇ କହିଥିଲେ ଏବଂ କେଉଁ ଅପରାଧ କଲେ କେଉଁ ଦଫା ଲାଗିବ ଏଵଂ କ’ଣ ଦଣ୍ଡ ବିଧାନ ରହିଅଛି ସେଥିନେଇ ଅବଗତ କରାଇଥିଲେ। ଅତିଥି ମାନେ ସମସ୍ତ ନୂତନ ଆଇନ ବିଷୟରେ ଆଲୋଚନା କରିବା ସହ ଅବଗତ କରାଇଥିଲେ। ପରିଶେଷରେ ଖଣ୍ଡପଡ଼ା ଆଇଆଇସି ଜ୍ୟୋତି ପ୍ରକାଶ ସ୍ଵାଇଁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।