ଅପରାହ୍ନ 5ଘଟିକା ସମୟ ରେ ଜିଲ୍ଲା ପରିଷଦ ର ସୃଜନ ସଭାଗୃହ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଙ୍କ ସଭାପତିତ୍ବ ରେ ଭାରତରେ ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି, ଏହି ବୈଠକ ରେ ଜିଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦ୍ଘାଟନ କରିଥିଲେ, ପ୍ରତ୍ୟକ ପୀଡିତ ଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ,ମହିଳା ଓ ଶିଶୁ ଙ୍କସୁରକ୍ଷା କୁ ପ୍ରାଧାନ୍ୟ,ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟ ରେ ମାମଲା ର ବିଚାର,ଅନ ଲାଇନ ରେ FIR କରିବା ର ସୁବିଧା,ଡିଜିଟାଲ ପ୍ରମାଣ ର ବ୍ୟବହାର,ମବଲିଚିଂ, ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ ର ଅନ୍ତର୍ଭୁକ୍ତ,ସ୍ପଷ୍ଟ ଓ ସ୍ଵଛ ଅନୁସନ୍ଧାନ ପାଇଁ ସାକ୍ଷର ବିବୃତି,ଯାଞ୍ଚ ର ଭିଡିଓ ଓ ଏଡିଓ ରେକଡିଂ,ଇତ୍ୟାଦି କୁ ନୂତନ ଅପରାଧିକ ଆଇନ ରେ ଅନ୍ତର୍ଭୁକ୍ତକରା ଯିବା ପାଇଁ ଇଣ୍ଡିଆନ ପେନାଲ କୋଡ଼ 1860ବଦଳ ରେ ଭାରତୀୟ ନ୍ୟାୟ ସହିଁତା,2023,କୋଡ଼ଅଫ କ୍ରିମିନାଲ ପ୍ରୋସିଜିଅର 1973ବଦଳ ରେ ଭାରତୀୟ ନାଗରିକ ସୁରକ୍ଷା,ସହିଁତା 2023 ଏବଂ ଇଣ୍ଡିଆନ ଏଭିଡେନସି ଆକ୍ଟ 1872ବଦଳ ରେ ଭାରତୀୟ ସାକ୍ଷ ଅଧି ନିୟମ 2023କୁ ଡିସେମ୍ବର 25,2023ରେ ରାଷ୍ଟ୍ରପତି ଙ୍କ ସ୍ୱୀକୃତି ପରେ ଜୁଲାଇ 1,2024ରେ ସମଗ୍ର ଦେଶ ରେ ଲାଗୁ କରାଯାଇଛି,
ଏହି ପରିବର୍ତ୍ତିତ ଆଇନ ବିଷୟ ରେ ଜନସାଧାରଣ ଙ୍କୁ ଅବଗତ ଓ ସଚେତନତା କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀମତୀ ସିଂ ପୋଲିସ ପ୍ରଶାସନ କୁ ପରାମର୍ଶ ଦେଇ ଥିଲେ,ଏହା ଦ୍ୱାରା ସାଧାରଣ ନାଗରିକଙ୍କ ମନ ରେ ବିଭ୍ରାନ୍ତି ସୃଷ୍ଟି ହେବ ନାହିଁ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ପରିବର୍ତ୍ତିତ ଆଇନ ବିଷୟ ରେ ବିଷଦଭାବ ରେ ତଥ୍ୟ ବୈଠକ ରେ ଉପସ୍ଥାପନକରିଥିଲେ,ସେ ନୂତନ ଓ ପୁରାତନ ଆଇନ ଓ ଏଥିରେ ଥିବା ପାର୍ଥକ୍ୟ ବିଷୟ ରେ ଜନସାଧାରଣ NCRB ସଂକଳନ ଆପ ରୁ ଉପଲବ୍ଧ ହୋଇ ପାରିବ ବୋଲି କହିଥିଲେ,ଛୋଟ ଛୋଟ ଅପରାଧିକ ମାମଲା ରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ଙ୍କୁ ବିଭିର୍ନ ସମାଜ ସେବା ଭଳି ଦଣ୍ଡବିଧାନ ନୂତନ ଆଇନ ରେ ପରି ବର୍ତ୍ତନ କରାଯାଇଛି, ଏହି ବୈଠକ ରେ ନୟାଗଡ଼ର ସରକାରୀ ଓ ବେସରକାରୀ ଅଧିବକ୍ତା, ସାମ୍ବାଦିକ, ବରିଷ୍ଠ ନାଗରିକ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ସଭାସଂଯୋଜନା କରିଥିଲେ,ଉପ ଆରକ୍ଷୀ ଅଧିକ୍ଷକ ସହରାଞ୍ଚଳ ଙ୍କ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଂଗୀତ ଗାନ କରାଯାଇ ସଭାସାଙ୍ଗ କରାଯାଇଥିଲା