ସୂଚନା ଅନୁଯାୟୀ ଆଜି 12ଘଟିକା ସମୟ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଜିଲାପାଳଙ୍କୁ ନୂତନ ଚିନିକଳ ର ପ୍ରତିଷ୍ଠା ପାଇଁ ତୁରିତ ପଦକ୍ଷେପନିମନ୍ତେ ନୟାଗଡ଼ ଚିନିକଳ ମିଳିତ କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି, ଅତୀତ ରେ ଆଖୁ ଚାଷ ପାଇଁ ବ୍ୟାପକତା କୁ ଦୃଷ୍ଟି ରେ ରଖି ଚାଷୀକୁଳ ର ଆର୍ଥିକ ବିକାଶ ନିମନ୍ତେ ଚିନିକଳ ପ୍ରତିଷ୍ଠା କରାଯାଇଥିଲା,
ଅଞ୍ଚଳ ରେ ଆଖୁ ଚାଷ ର ଚାହିଦା ଦେଖି କେନ୍ଦ୍ରସରକାର ଏକ ଆଖୁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି,,କମିଟି ପକ୍ଷରୁ ପୂର୍ବ ରୁ ଜିଲ୍ଲାପାଳଙ୍କୁ ଭେଟି ଚିନିକଳ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦିଆ ଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଟନ ଗ୍ରହଣ ନ ହୋଇଥିବା ବେଳେ ଦୀର୍ଘ ସମୟ ଅତିକ୍ରାନ୍ତ ହୋଇଥିବାନେଇନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ଶୀଘ୍ର ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ନବା ନିମନ୍ତେ ଜିଲାପାଳଙ୍କୁ ଦାବି ଜଣାଇ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି