ନୟାଗଡ଼ ନୂତନ ଡି.ଏ. ଭି ସ୍କୁଲ ନିକଟ ରେ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଭୁମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି, ମୁଖ୍ୟ ଅତିଥି ଭାବେଯୋଗ ଦେଇ ବିଧାୟକ ଡ଼ ଅରୁଣ କୁମାର ସାହୁ ଭୁମି ପୂଜନ କରିଛନ୍ତି, ଉକ୍ତ ରାସ୍ତା ସଦର ଥାନା ଠାରୁ ଆରମ୍ବ ହୋଇ କ୍ଷେତ୍ରୀବର ପୁର -ଖଣ୍ଡୁଗାଁ ପର୍ଯ୍ୟନ୍ତ ନିର୍ମାଣ ହେବ, ଏହି ରାସ୍ତା ଦୁଇ ଲେନ ବିଶିଷ୍ଟ ହେବାକୁ ଥିବା ବେଳେ ସଦର ଥାନା ଠାରୁ ଅଢେଇ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେବ,ଏହି କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ ବେହେରା,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଷେକ ଓଝା, ସହକାରୀ ଯନ୍ତ୍ରି କିଶୋର ଶଥପଥି,ଡି. ଏ. ଭି ସ୍କୁଲ ପ୍ରିନସିପାଲ ସରୋଜ କୁମାର ମିଶ୍ର,ପୌର ଉପାଧକ୍ଷ ଗୁରୁ ପ୍ରସାଦ ଯେନା,କାଉନ ସିଲର ଲକ୍ଷ୍ମୀଧର ମହାପାତ୍ର,ଜାନକୀ ବଲ୍ଳଭ ଜେନା,ଓ ସ୍ୱୟଂ ପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ