ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟସ୍ଥ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା ।
ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତକୁ ଗିରଫ କରିଥିଲା । ରାଜ୍ୟ ସରକାର ନଭେମ୍ବର ୨୫ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରେ ବିରୋଧୀଙ୍କ ଦାବି ପରେ ୨୮ ତାରିଖରେ ସରକାର ଏସ୍.ଆଇ.ଟି ତଦ ନିର୍ଦ୍ଦଶେ ଦେଇଥିଲେ । ବରିଷ୍ଠ ଆଇପି.ଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହାର ତଦନ୍ତ କରି ସେହି ଗାଁର ସରୋଜ ସେଠୀକୁ ଡିସେମ୍ବର ୨୦ତାରିଖରେ ଗିରଫ କରିଥିଲା ଏସ୍.ଆଇ.ଟି ।
ସରୋଜକୁ ପଚରାଉଚରା ପରେ ସେ ହିଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଧରା ପଡିଯିବା ଭୟରେ ହତ୍ୟା କରିଥିବା ସ୍ଵୀକାର କରିଥିବା ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ସୂଚନା ଅନୁଯାଇ ଘଟଣା ଚିଲଡ୍ରେନ କୋଟରେ ରାୟ ପ୍ରକାଶ ପାଇଛି,ଏହାକୁ ନେଇ ଏସ ଆଇ ଟି ଚାଇଲଡ କୋଟ ରେ 17ଫେବୁଆରି 2021ରେ 480ପୃଷ୍ଠା ର ଚାର୍ଜସିଟ ଦାଖଲ କରିଥିଲେ, ଏଥିରେ 85ଜଣ ସାକ୍ଷୀ ରଖା ଯାଇଥିଲା, ଏ ଘଟଣା କୁ ନେଇ ମାନ୍ୟବର ଅଦାଲତ ନାବାଳକ ଅଭିଯୁକ୍ତ ସରୋଜସେଠି ଙ୍କୁ 20ବର୍ଷ ଜେଲ ଦଣ୍ଡ ଦେବା ସହ 6000ଟଙ୍କା ଜୋରିମାନା କରିଛନ୍ତି, ଏଥି ସହ 6000ଟଙ୍କା ଦେଇ ନପାରିଲେ ଆଉ 1ବର୍ଷ ଦଣ୍ଡ ଭୋଗିବେ ବୋଲି ଚିଲଡ୍ରେନ କୋଟ ରାୟ ଦେଇଛନ୍ତି ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ