ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ରାସ୍ତା ଅବରୋଧ କରିଲେ ନୟାଗଡ଼ ବ୍ଲକ ମୁଥାଗାଡିଆ ଏବଂ ଭାଟସାହି ଗାଁର ଚାଷି ।

ଚାଷ ଜମିକୁ ମିଳୁନି ପାଣି, ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ରାସ୍ତା ଅବରୋଧ କରିଲେ ନୟାଗଡ଼ ବ୍ଲକ ମୁଥାଗାଡିଆ ଏବଂ ଭାଟସାହି ଗାଁର ଚାଷି । ଜମିକୁ ଜଳସେଚନ ଅଭାବ ଯୋଗୁ ମରୁଡି ସମସ୍ୟ ଦେଖା ଦେଇଛି । ସ୍ଥାନୀୟ ଅଞ୍ଚଳରେ ରହିଥିବା ବନ୍ଧର ପାଣିକୁ କିଛି ବ୍ୟକ୍ତି ମାଛ ଚାଷ କରିବା ପାଇଁ ରୋକି ରଖିଛନ୍ତି । ତେଣୁ ଚାଷ ଜମି ପାଣି ପାଇପାରୁନି ।

ତେଣୁ ଏହାର ସମାଧାନ ଦାବିରେ 2 ଟି ପଞ୍ଚାୟତର ଲୋକ ଆଜି ଜିଲାପାଳଙ୍କ ଅଫିସ ଘେରିବା ସହ କିଛି ସମୟ ପାଇଁ 57 ନ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ପରେ ଜିଲାପାଳ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହ ଉକ୍ତ ବନ୍ଧରୁ ଚାଷଜମିକୁ ପାଣି ଦିଆଜିବ ବୋଲି ପ୍ରତିସୃତି ଦେବାପରେ ଘଟଣାର ସମାଧାନ ହୋଇଥିଲା ।

You might also like