ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା ।

ନୟାଗଡ଼, ତା. ୪.୯.୨୦୨୪-କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଭା, ପ୍ର, ସେ, ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନା ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚି ସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଳକ ଯଥା-ଭାପୁରକୁ ୪୬୭୭୫, ନୟାଗଡ କୁ ୭୪୩୦୨, ରଣପୁରକୁ ୭୪୩୨୭ ଓଡଗାଁକୁ ୮୧୬୨୩, ନୂଆଁ ଗାଁ କୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦ , ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡାକୁ ୫୧୩୧୫,ସର୍ବମୋଟ ୪୩୬୦୦୦ ଫର୍ମ ଯୋଗାଇ ଦିଆ ଯାଇଛି ।

ଏହି ଫର୍ମ ମଧ୍ୟରୁ ୮ବ୍ଳକର ୮ ସିଡିପିଓଙ୍କୁ ୩୧୫୧୫୭, ଜିଲ୍ଲା ର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦,ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡ଼ିଓ ମାନଙ୍କ ପାଖରେ ୩୩୫୦, ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ମାନଙ୍କୁ ୩୬୦୦, ପଞ୍ଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦ ସର୍ବମୋଟ ୩୩୬୪୧୭ ଫର୍ମ ବଂଟନ କରଯାଇଛି । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରାୟ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ତିନିଲକ୍ଷରୁ ଉର୍ଦ୍ଧ୍ଵ ଫର୍ମ ପହଞ୍ଚି ସାରିଲାଣି । ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର ଗୁଡିକ ହିତାଧିକାରୀମାନଙ୍କ ସମସ୍ତ ଦସ୍ତାବିଜ୍‌ ସ୍କାନ୍‌କରି ସୁଭଦ୍ରା ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରତ୍ୟକ୍ଷ ତଦାରଖ ଓ ସମୀକ୍ଷା କରୁଛନ୍ତି । ଲକ୍ଷ ରଖିଛନ୍ତି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍‌ ନ ପଢନ୍ତି ।ଶୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀ ମାନେ ଯେପରି ସେମାନଙ୍କ ଆଧାର ଅପଡେସନ ସୁବିଧା ରେ କରିପାରିବେ ସେଥିପାଇଁ ନୟାଗଡ଼ ଜିଲ୍ଲା ର ସମସ୍ତ ବ୍ୟାଙ୍କ, ଡାକଘର, ବ୍ଲକ କାର୍ଯ୍ୟାଳୟ କୁ ନିର୍ଦେଶ ଦିଆ ଯାଇଛି, ଏହି ଆଧାର ଅପଡେସନ କେନ୍ଦ୍ର ଗୁଡିକ 7ଘଟିକା ରୁ ସନ୍ଧ୍ୟା 7ଘଟିକା ପର୍ଯ୍ୟନ୍ତ ହିତାଧିକାରୀଙ୍କ ସୁବିଧା ଦୃଷ୍ଟି ରୁ ଖୋଲା ରହିବ,

ହିତାଧିକାରୀ ମହିଳା ମାନଙ୍କ ସୁରକ୍ଷା ଦୃଷ୍ଟି ରୁ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ମାନେ ସେ ଅଞ୍ଚଳ ର ଆଇ ଆଇ ସି ମାନଙ୍କ ସହିତ ଯୋଗାଯୋଗ କରି ଶୃଙ୍ଖଳା ସହକାର୍ଯ୍ୟକ୍ରମ କୁ ଆଗେଇ ନେବେ,ବିଦ୍ୟୁତ ବିଭାଗ ନିରବଛିର୍ନ ବିଦ୍ୟୁତ ଯୋଗାଣ ନିମନ୍ତେ, ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦେଶ ଦିଆ ଯାଇଛି, କୌଣସି ବି ହିତାଧିକାରୀ ଯୋଜନା ରୁ ବାଦ ପଡିବା ଭୟ ରେ ବ୍ୟସ୍ତ ଓ ବିବ୍ରତ ନ ହୋଇ ଧର୍ଯ୍ୟ ର ସହିତ ଆପେକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ନୋଡାଲ ଅଧିକାରୀ ଦେବଦତ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅନ୍ୟାନ୍ୟ ସମ୍ପୃକ୍ତ ସମସ୍ତ ଜିଲସ୍ତରୀୟ, ଅଧିକାରୀ ମାନଂକୁ, କାର୍ଯ୍ୟ ର ସଫଳ ରୂପାୟନ ନିମନ୍ତେ ଅନୁରୋଧ କରିଛନ୍ତି, ଜିଲ୍ଲା ରେ ଏ ପର୍ଯ୍ୟନ୍ତ ଶୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ସନ୍ତୋଷ ଜନକ ଭାବେ ଅଗ୍ରଗତି କରିଚାଲିଛି

You might also like