Skip to content

ନୟାଗଡରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

:ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ଵବଧାନ ରେଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୪୧୩୯ ମାମଲ। ଫଏସଲା ହୋଇଯାଇଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତ ଗୁଡିକରେ ମୋଟ ୯ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଏସଲା କରାଯାଇ ୪୧,୪୯,୦୦୦ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ
ଦିଆଯାଇଛି ।

ସେହିପରି ୮୩ ଟି ଦେୱାନି ମକଦ୍ଦମା ଫଏସଲା କରାଯାଇଛି । ଏନ. ଆଇ ଆକ୍ଟ ୪ ଟି ଫଏସଲା କରାଯାଇ ୧,୧୧,୨୦୦ ଟଙ୍କା ଆଦାୟ କରାଯାଇଛି । ଅନ୍ୟାନ୍ୟ ଫଉଜଦାରୀ ମାମଲା ୩୫୭ ଟି ରୁ ୧୫୭ ଫଏସଲା କରାଯାଇଛି । ଏହି ବାବଦକୁ ୧୦୦୦ ଟଙ୍କା ଫାଇନ ଆଦାୟ କରା ଯାଇଛି । ବ୍ୟାଙ୍କ ରୂଣ ନେଇ ରୂଣ ପରିଶୋଧ କରିନଥିବା ୨୫୦୮ ଜଣଙ୍କ ମଧ୍ୟରୁ ୭୫ ରୂଣ ଗ୍ରହିତାଙ୍କ ଠାରୁ ୨୮,୫୯,୭୧୬ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷର ହୋଇଯାଇଛି । ସେହିପରି ୩୮୦୧ ରାଜସ୍ୱ ମାମଲା ଫଏସଲା କରାଯାଇ ୮,୦୧,୩୪୩ ଟଙ୍କା ଆଦାୟ କରାଯାଇଛି। ଜିଲ୍ଲା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ୨ ଟି ମାମଲା ସମାଧାନ ହୋଇଯାଇଛି । ବିଦ୍ୟୁତ ବିଲ ସମ୍ବଧୀୟ ୭୦ଟି ମାମଲା ରୁ ୧ ଟି ଫଏସଲା କରାଯାଇ ୪୦,୦୦୦ ଆଦାୟ କରାଯାଇଛି ।ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରିଜା ରାୟ, ସିଜେଏମ ଶୃତିସ୍ନିଗ୍ଧା ଦାଶ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ସତ୍ୟବ୍ରତ ରଣା, ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ରବି ନାରାୟଣ ବେହେରା, ସଚିବ ଅଞ୍ଜଳି
ମଚ୍ଛଖଣ୍ଡ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ସମାପିକା ସମଦର୍ଶିନୀ, ଜେ.ଏମ.ଏଫ.ସି ଲଳିତା ପାତ୍ର, ଯେ. ଏମ.ଏଫ.ସି ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏସ.ସି ସୁଶ୍ରୀତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏଥି ସହିତ ରେଜିଷ୍ଟ୍ରାର ସୋନାଲୀ ସରିତା ଏବଂ ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ଅଷ୍ଟବକ୍ତା ଦଣ୍ଡପାଣି ସ୍ବାଇଁ, ରମେଶ ଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାସ, ଅମନ ମିଶ୍ର, , ସମସ୍ତ ନ୍ୟାୟ ଅଧ୍ୟାର ମିତ୍ର (ସାମାଜିକ ସକ୍ରିୟକର୍ତ୍ତା)ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ମାନେ ସଂପୂର୍ଣ୍ଣ ସହଯୋଗକରିଥିଲେ

Ad 1