ନୟାଗଡ () : ନୟାଗଡ ସହର ଉପକଣ୍ଠ ଘଡୁଆଳଠାରେ ମା´ମଙ୍ଗଳା ବଜାଜ୍ ଇଲେକ୍ଟ୍ରୋନିକ୍ ୩ ଚକିଆଗାଡିର ସୋରୁମ୍ ଲୋକାର୍ପିତ ହୋଇଯାଇଛି l ବଜାଜ୍ ର ଏରିଆ ସେଲସ୍ ମ୍ୟାନେଜର୍ ସୁମିତ୍ ପ୍ରସାଦ ମୁଖ୍ୟ ଅତିଥୀଭାବେ ଯୋଗଦେଇଥିବାବେଳେ ଏ. ଏସଏମ୍ . ସ୍ବଦେଶ ନାୟକ ପ୍ରମୁଖ ଯୋଗଦେଇ ସୋରୁମ୍ କୁ ଲୋକାର୍ପିତ କରିଥିଲେ l କମ୍ପାନୀ ପଖ୍ୟରୁ କାର୍ଗୋ ଇଲେକ୍ଟ୍ରୋନିକ୍ ଗାଡି “ମାକ୍ସିଆ” ଓ ପାସେଞ୍ଜର୍ ଗାଡି ମଧ୍ୟ ବିକ୍ରି କରାଯିବ ବୋଲି ସୋରୁମ୍ ଚେୟାରମ୍ୟାନ୍ କହିଛନ୍ତି l
କମ୍ପାନୀ ଗାଡିଉତ୍ପାଦର ବିଶ୍ବସନୀୟତା ଏବଂ ସୁଲଭ ବିକ୍ରିଦର ଉପରେ ଗୁରୁତ୍ବ ଦେବାସହ ବଜାଜକୁ ଏକ ପସନ୍ଦିଦା ବ୍ରାଣ୍ଡ୍ ରେ ପରିଣତ କରିପାରିଥିବା ମୁଖ୍ୟଅତିଥୀ ଶ୍ରୀ ପ୍ରସାଦ୍ କହିଛନ୍ତି l ଏହି ଇଲେକ୍ଟ୍ରିକ୍ ୩ ଚକିଆଯାନରେ ଆଇପି.୬୭ ରେଟେଡ୍ ଆଡଭାନ୍ସ ଏଲଆଇ – ଆୟନ ବ୍ୟାଟେରୀ,୨ପିଡି. ଅଟୋମେଟିକ୍ ଟ୍ରାନ୍ସମିଶନ୍ ଏବଂ ସ୍ଥାୟୀ ମ୍ୟାଗ୍ନେଟ୍ ସିମଣ୍ଟ୍ରାନ୍ସ ମୋଟର ରହିଛି l ଉଦ୍ଘାଟନ ଉତ୍ସବରେ ସୋରୁମ୍ ଚେୟାରମ୍ୟାନ୍ ଶ୍ରୀକାନ୍ତ ମିଶ୍ର ,ବ୍ୟାଙ୍କ ଅଫ୍ ବରୋଦା ଏବଂ ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଶତାଧିକ କ୍ରେତା ଓ ବୁଦ୍ଧିଜୀବୀ ଉପସ୍ଥିତଥଲେ l