ନୟାଗଡ଼,ଓଡଗାଁ: ଜଙ୍ଗଲୀ ମାଂସ ଭାବି ଗଂଜେଇ ଏଆର ବ୍ୟାଗ ମାଡ଼ି ବସିଲା ବନ ବିଭାଗ. ମଉଜର ଦେଖାଇ ଖସିଗଲେ ଦୃବୁତ୍ତ |

ନୟାଗଡ଼ ଜିଲ୍ଲା ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡାଝୋଲା ସେକ୍ସନ ର ଫରେଷ୍ଟ ର ଶ୍ରୀ. ସନାତନ ସ୍ୱାଇଁ ନିଜର ଫରେଷ୍ଟ ସ୍କ୍ୱାର୍ଡ ଙ୍କୁ ନେଇ ଗତକାଲି ରାତିରେ ପେଟ୍ରୋଲିଙ୍ଗି କରୁଥିବା ସମୟରେ ରାତି ପ୍ରାୟ 0୩ :00 ଘଂଟିକା ସମୟରେ ବାହାଡାଝୋଲା ଜଗନ୍ନାଥ ରୋଡ଼ ଦେଇ ଏକ କଳା ପଲସର ରେ ଯାଉଥିବା ଦୁଇଜଣ ଦୃବୁତ୍ତ ଗୋଟିଏ ବ୍ୟାଗ ମଝିରେ ଧରି ଯାଉଥିବା ବେଳେ ବାହାଡାଝୋଲା ବନ ବିଭାଗ ଗାଡ଼ି ସହ ମୁହାଁ ମୁହିଁ ହୋଇଥିଲେ |

ବାହାଡାଝୋଲା ବନବିଭାଗ ଗାଡ଼ି କୁ ଦେଖି ଭୟରେ ଗାଡିକୁ ଧରି ସ୍ପିଡ଼ ରେ ଖସି ପଳାଇ ଯାଉଥିବା ବେଳେ କିଛି ଜଙ୍ଗଲୀ ମାଂସ ଚୋରା ଚାଲାଣ ର ସନ୍ଦେହ କରି ବାହାଡାଝୋଲା ଫରେଷ୍ଟର ଶ୍ରୀ. ସନାତନ ସ୍ୱାଇଁ ଗାଡ଼ି ର ପିଛା କରିଥିଲେ କିଛି ବାଟ ଦୁଇ ଜଣ ଦୃବୁତ୍ତ ଙ୍କ ସହ ଛକା ପଞ୍ଝା ପରେ ବାହାଡାଝୋଲା ବିଦ୍ୟୁତ ଷ୍ଟକଚର ଠାରେ ମଉଜର ଦେଖାଇ ବ୍ୟାଗ ଫୋପାଡ଼ି ଚାଲିଯାଇଥିଲେ ଦୃବୁତ୍ତ |

ତଥାପି ନିଜର ଜୀବନ ସହ ବାଜି ଲଗାଇ ଶ୍ରୀ. ସ୍ୱାଇଁ ଦୃବୁର୍ତ୍ତ ମାନଙ୍କର କିଛି ବାଟ ପିଛା କରିଥିଲେ ମଧ୍ୟ୍ୟ କଳା ପଲସର ବାଇକି ର ନମ୍ବର ପ୍ଲେଟ ରେ ମାଟି ବୋଳା ଯାଇଥିବା ରୁ. କିଛି ପତ୍ତା ମିଳିନଥିଲା ଦୃବୁତ୍ତ ଙ୍କ | ଫେରି ଆସି ଘଟଣା ସ୍ଥଳରେ ବ୍ୟାଗ ଖୋଜିଲା ପରେ ବ୍ୟାଗ ରେ ଆନୁମାନିକ ଗଂଜେଇ ୫ କେଜି ଥିବା ର ଦେଖି ଗଂଜେଇ କୁ ଜବତ କରିଥିଲା ବନ ବିଭାଗ | ସକାଳ ସମୟ ରେ ଗଂଜେଇ ବ୍ୟାଗ କୁ ନେଇ ବାହାଡାଝୋଲା ଫାଣ୍ଡି ରେ ଜିମା ଦେବାକୁ ଯାଇଥିବା ବନ ବିଭାଗ କୁ ନିରାଶ କରିଥିଲେ ବାହାଡାଝୋଲା ଫାଣ୍ଡି | ପରବର୍ତୀ ଗଂଜେଇ ବ୍ୟାଗ କୁ ନ ରଖି ଫେରାଇ ଦେଇଥିଲେ | ପରେ ବାହାଡାଝୋଲା ଫରେଷ୍ଟର ଶ୍ରୀ. ସ୍ୱାଇଁ ଓଡଗାଁ ଆଦର୍ଶ ଥାନା ରେ ନେଇ ସେହି ଗଂଜେଇ ବ୍ୟାଗ କୁ ଜିମା ଦେଇଥିଲେ |

ଗଂଜେଇ ବ୍ୟାଗ କୁ ଦେଖି ଓଡଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ. ପୂର୍ଣଚନ୍ଦ୍ର ପଟ୍ଟାୟତ ଫରେଷ୍ଟର ଶ୍ରୀ. ସ୍ୱାଇଁ କୁ ପ୍ରଶଂସା କରିଥିଲେ | ଏବଂ ବାହାଡାଝୋଲା ଅଞ୍ଚଳ ରେ ଚୋରା ଚାଲାଣ ହେଉଥିବା କାଠ, ଗଂଜେଇ ଚାଲାଣ, ଦେଶୀ ମଦ,ଗୋରୁ ଚାଲାଣ ଉପରେ ମିଳିତ ଭାବେ ପେଟ୍ରୋଲିଂ କରିବାକୁ ପ୍ରସ୍ତାବ କହିଥିଲେ | ଏହା ପରେ ଏବେ ଭୟ ରେ ବାହାଡାଝୋଲା ଅଞ୍ଚଳ ରେ ଚୋରା ମାଫିଆ |

You might also like
Leave a comment