ନୟାଗଡ଼ରୁ ୨ଜଣ ପାଇଲେ ଓଏଏସ

ନୟାଗଡ଼,୧୯/୧୦: ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ନବୋଦୟରେ +୨ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଚିଲିକା ବ୍ଳକରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।ସେହିପରି ନୟାଗଡ଼ ନିକଟବର୍ତ୍ତୀ ମନ୍ଧତାପୁର ଗ୍ରାମର ବରିଷ୍ଠ କୃଷି ଅଧିକାରୀ ଗୌରୀଶଙ୍କର ମିଶ୍ରଙ୍କ ପୁତ୍ର ସାର୍ଥକ ତାରିଣୀ ମିଶ୍ର ୧୫୦ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ମେଧାବୀ ଛାତ୍ର ଭାବେ ବେଶ ଜଣାଶୁଣା। ନୟାଗଡ଼ ଡିଏଭି ପବ୍ଲିକ ସ୍କୁଲରୁ ଶିକ୍ଷା ଆରମ୍ଭ କରି ପରେ ଭୁବନେଶ୍ୱର ମଦର ପୁବ୍ଲିକ ସ୍କୁଲରେ +୨ ଏବଂ ବାଙ୍ଗାଲୋରରେ ବିଟେକ ଶିକ୍ଷା ସମାପ୍ତ କରି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ଅନ୍ୟ ପକ୍ଷରେ ଶ୍ରୀଯୁକ୍ତ ମିଶ୍ର ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ ଡ. ଆଶୁତୋଷ ମିଶ୍ରଙ୍କ ପୁତୁରା ଅଟନ୍ତି।

You might also like