Skip to content

ନୟାଗଡ଼ରେ ଚୋର ପୋଲିସ ଖେଳ, ଥାନା ରୁ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ମାରିଲା ଚମ୍ପଟ,ବହୁ ଚେଷ୍ଟା ପରେ ଅଭିଯୁକ୍ତ ଙ୍କୁ କାବୁ କଲା ପୋଲିସ

ସୂଚନା ଅନୁସାରେ ନୟାଗଡ଼ ଟାଉନ ଥାନାରୁ ଅଭିଯୁକ୍ତ କଇ ପ୍ରଧାନ ଫେରାର ହୋଇ ଯିବା ବେଳେ ଗୋଡେଇ ଗୋଡେଇ ତାକୁ କାବୁ କରିଛି ଟାଉନ ଥାନା ପୋଲିସ, ସୂଚନା ଅନୁଯାୟୀ ବିଭିନ୍ନ ଚୋରୀ ଡକାୟତି ମାମଲାରେ ଅଭିଯୁକ୍ତ ଯୁବକ କଇ ପ୍ରଧାନଙ୍କୁ ଟାଉନ ଥାନା ପୋଲିସ ଆଜି ଧରି ଥାନାକୁ ଆଣିଥିବା ବେଳେ,ଅଭିଯୁକ୍ତ କଇ ପ୍ରଧାନ ପରିସ୍ରା କରିବା ବାହାନା କରି ଥାନାରୁ ପୋଲିସ କୁ ଚକମା ଦେଇ ଚମ୍ପଟ ମାରିଥିଲା,

ଆଉ ପୋଲିସ ଗୋଡେଇ ଥିଲା ଅଭିଯୁକ୍ତକୁ ଧରିବା ପାଇଁ, ନୟାଗଡ଼ ସହରରେ ଦେଖିବା ପାଇଁ ମିଳିଥିଲା ଏଭଳି ଦିନ ବେଳେ ଚୋର ପୋଲିସ ଖେଳର ଦୃଶ୍ୟ ,ଯାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଥିଲା, ଅଭିଯୁକ୍ତ ଥାନା ଠାରୁ ମାତ୍ର 3 ଶହ ମିଟର ଦୂରରେ ଥିବା ଚର୍ଚ୍ଚ ଭିତରେ ପଶି ଖସି ଯିବା ପାଇଁ ଉଦ୍ୟମ କରୁଥିବା ବେଳେ, ଅଭିଯୁକ୍ତ କଇ ପ୍ରଧାନ ଫଶି ଯାଇଥିଲା ପରିତକ୍ତ ଚବକା ଭିତରେ, ଫଳରେ ଚବକା ଭିତର କୁ ଡେଇଁ ଅଭିଯୁକ୍ତ କଇ ପ୍ରଧାନ ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ହୋମ ଗାର୍ଡ କାର୍ତ୍ତିକ ସେଠୀ, ପରେ ଅଭିଯୁକ୍ତ କଇ ପ୍ରଧାନଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛି, ଥାନା ରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି,

Ad 1