Skip to content

ନୟାଗଡ଼ରେ ଧୁମଧାମରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଇଦୁଲ୍ ଫିତର ଇସଲାମ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ଼ ପବିତ୍ର ପର୍ବ ଇଦୁଲ୍

ନୟାଗଡ଼ରେ ଧୁମଧାମରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଇଦୁଲ୍ ଫିତର ଇସଲାମ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ଼ ପବିତ୍ର ପର୍ବ ଇଦୁଲ୍ ଫିତର୍ ପାଳିତ ହୋଇଯାଇଛି l ସିନ୍ଦୁରିଆ ସ୍ଥିତ ଇଦଗlହ୍ ଠାରେ ଜିଲ୍ଲାସ୍ତରୀୟ ଇଦୁଲ୍ ଫିତର୍ ପର୍ବ ମଉଲାନା ଜଲାଲୁଦ୍ଦି ଖାଁ ମିଫତାହୀଙ୍କ ଇମାମତ୍ ଅର୍ଥାତ୍ ନେତୃତ୍ୱରେ ପୂର୍ବାହ୍ନ ନଅ ଘଣ୍ଟା ସମୟେ ପାଳନ ହୋଇଯାଇଛି l ସିନ୍ଦୁରିଆ ତଥା ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ସ୍ଥାନୀୟ ଇଦଗାହ୍ ଠାରେ ଏକତ୍ରିତ ହୋଇ ଇଦ୍ ନମାଜ ପଢ଼ିଥିଲେ l ଆଜିର ସମାରୋହରେ ଅନେକ ହିନ୍ଦୁଭାଇ ତଥା ଅନ୍ୟ ଧର୍ମାବଲମ୍ବୀ ଅଧିବାସୀ ଇଦଗାହ୍ ଠାରେ ଏକତ୍ରିତ ହୋଇ ମୁସଲିମ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ସାହୁ, ସମାଜସେବୀ ଶ୍ରୀକାନ୍ତ ଖଟେଇ ଓ ବିଜେଡ଼ି ନେତ୍ରୀ ଇରାନୀ ରାୟ ପ୍ରମୁଖ ସାମୁହିକ ନମାଜ ପାଠରେ ସାମିଲ ହୋଇ ସଭିଙ୍କୁ ଅଭିନନ୍ଦନ ଜଣାଇଥିଲେ l ଇସଲାମିକ କ୍ୟାଲେଣ୍ଡର ବର୍ଷର ରମଜାନ ମାସ ହେଉଛି ପବିତ୍ର ମାସ l ଏହି ମାସର ଆରମ୍ଭରେ ଚନ୍ଦ୍ର ଦର୍ଶନ କରି ମୁସଲିମ ଭାଇ ଭଉଣୀ ମାନେ ରୋଜା ତଥା ଉପବାସ ରଖନ୍ତି ରାତିରେ ସାମୁହିକ ତରlୱୀ ନମାଜ ପାଠ କରାଯାଏ l ମାସ ତମାମ ପୁଣ୍ୟ ଅର୍ଜନ କରିବା ସହିତ ଅସହାୟ ମାନଙ୍କୁ ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ଦାନ ଧର୍ମ କରନ୍ତି l

ରମଜାନ ମାସ ଶେଷ ଦିନର ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ମାସବ୍ୟlପି ରୋଜା ବା ଉପବାସ ଭାଙ୍ଗ କରାଯାଇ ତା ପରଦିନ ଇଦ୍ ପର୍ବ ପାଳନ କରାଯାଏ l ଆଜିର ଇଦ୍ ନମାଜ ଅବସରରେ ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରୀ, ଭାଇଚାରା ଓ ସଦଭାବନା ପାଇଁ ପ୍ରାର୍ଥନା କରାଯାଇଥିଲା l ନମାଜ ପାଠ ଶେଷରେ ମୁସଲିମମାନେ ପରସ୍ପରକୁ ଆଲିଙ୍ଗନ ସହିତ କରମର୍ଦନ କରି ଶୁଭେଚ୍ଛା ଜଣାଇଥାନ୍ତି l

Ad 1