Skip to content

ନୟାଗଡ଼ରେ ନିଆରା ପରମ୍ପରା, ସ୍ଵତନ୍ତ୍ର ଭାବେ ମହିଳାମାନେ ପାଳିଲେ ହୋଲି ଉତ୍ସବ

ନାଚ ଗୀତ ସହ ଦହିବରା ଗୁଚୁ ଚୁପ୍ ଓ ଚିକେନର ମଜା ନେଲେ

ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲି କୁ ଆନନ୍ଦ ଓ ଭାତୃତ୍ଵର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁ ଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲି ର ଶୁଭେଚ୍ଛା ଜଣାଉଛନ୍ତି ଲୋକେ। ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । ଆଜି ହୋଲି ଉତ୍ସବରେ ଦେଖାଯାଇଛି ନିଆରା ପରମ୍ପରା । ମହିଳା ମାନେ ସ୍ଵତନ୍ତ୍ର ଭାବେ ପାଳନ କରିଛନ୍ତି ହୋଲି ଉତ୍ସବ ।

ନୟାଗଡ଼ ପୌରାଞ୍ଚଳରେ ଥିବା ୧୨ ନଂ ୱାର୍ଡ ନବୀନ ମଣ୍ଡପ ଠାରେ ଆଜି ନିଆରା ଢଙ୍ଗରେ ପାଳନ ହୋଇଛି ହୋଲି ଉତ୍ସବ । ବିଭିନ୍ନ ନାଚ ଗୀତରେ ମସଗୁଲ ହୋଇଛନ୍ତି ମହିଳାମାନେ ।ଏହା ସହିତ ବିଭିନ୍ନ ଖାଦ୍ୟ ପଦାର୍ଥ ପରିବେଷଣ କରାଯାଇଥିଲା ।ଦହିବରା ସାଙ୍ଗକୁ ଗୁପଚୁପ ଓ ରୁଟି ଚିକେନର ମଜା ନେଇଥିଲେ ମହିଳା ମାନେ । ସହରର ବହୁ ବିଶିଷ୍ଟ ମହିଳା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ନୟାଗଡ଼ ୧୨ ନଂ ୱାର୍ଡର କାଉସିଲର ଅଳକା ନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ଏହି ହୋଲି ଉତ୍ସବରେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିଲେ । ଏଥି ସହିତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ, ଜିଲ୍ଲା ପରିଷଦ ସଞ୍ଜୁକ୍ତା ପଢିଆରୀ ଓ ସମସ୍ତ କାଉନସିଲର ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ହୋଲି ଉତ୍ସବକୁ ପାଳନ କରିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1