Skip to content

ନୟାଗଡ଼ର ବହୁମୁଖୀ ଇନଡୋର ଷ୍ଟାଡ଼ିିୟମକୁ ଉଦ୍‌ଘାଟନ କଲେ ମୁଖ୍ୟ ମନ୍ତ୍ରୀ,କ୍ରୀଡ଼ା ର ବିକାଶ ନିମନ୍ତେ ସହାୟକ ହେବ ଏହି ଷ୍ଟାଡ଼ିୟମ : ଅରୁଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାର ବିକାଶ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଗତ ୨୦୨୧ ମସିହା ଅଗଷ୍ଟ ୯ ତାରିଖରେ କ୍ୟାବିନେଟ ମଞ୍ଜୁରୀ ପରେ ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାରେ ୫ଟି ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା । ମୁଖ୍ୟ ମନ୍ତ୍ରୀଙ୍କ ପରିକଳ୍ପନା କୁ ନୟାଗଡ଼ ଜିଲ୍ଲାରେ ସାକାର କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍‌ସ ଜରିଆରେ ଆଜି ନୟାଗଡ଼ ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦ୍ଘାଟନ କରିଛନ୍ତି ।

ଆଜି ଅପରାହ୍ନରେ ନୟାଗଡ଼ ଇନ୍‌ଡୋର ଷ୍ଟାଡିୟମ ଠାରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ୍ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସରୋଜ ରଣସିଂ, ଅର୍ଚ୍ଚନା ଦାସ, କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଡ଼. ସାହୁ କ୍ରୀଡ଼ାର ବିକାଶ ନିର୍ମନ୍ତେ ଏହି ବହୁମୁଖୀ ଷ୍ଟାଡିୟମ ଅନେକ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ମନ୍ତ୍ରୀ ନୟାଗଡ଼ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ନୟାଗଡ଼ ଜିଲ୍ଲା ଏବେ କ୍ରୀଡ଼ା କ୍ଷେତ୍ରରେ ଆଗୁଆ ହେବ ବୋଲି ସେ ପ୍ରକାଶ କରିଥିଲେ ।

ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରଞ୍ଚଳ , ଓଡ଼ଗାଁ, ଦଶପଲ୍ଲା , ଖଣ୍ଡପଡ଼ା ଇନ୍‌ଡୋର ଷ୍ଟାଡ଼ିୟମର ଆଜି ଉଦ୍‌ଘାଟନ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ପୂର୍ତ୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ଵ ନେଇଥିବା ଜଣାପଡିଛି । ୬ କୋଟି ଟଙ୍କା ବ୍ୟୟରେ ଓଡ଼ଗାଁ ଏନଏସିର ଷ୍ଟାଡିୟମର ଉଦ୍‌ଘାଟନ କରାଯାଇଛି । ନୟାଗଡ଼ ପୌରାଞ୍ଚଳ ଅଧିନସ୍ଥ ନୟାଗଡ଼ ଷ୍ଟାଡିୟମଠାରେ ୯କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ନୟାଗଡ଼ ଜିଲ୍ଲାରେ ଉଦ୍ଘାଟିତ ହୋଇଥିବା ୪ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କୁ ବେଶ ଉତ୍ସାହ ପ୍ରଦାନ କରିବ । ଏଥି ସହିତ ଏହି ଷ୍ଟାଡ଼ିୟମ ଗୁଡିକୁ କ୍ରୀଡା ,ବିପର୍ଯ୍ୟୟ ଆଶ୍ରୟସ୍ଥଳ ଓ ଚିକିତ୍ସାଳୟ ଉପଯୋଗୀ କରାଯାଇ ପାରିବ । ନିର୍ମାଣ ଶୈଳୀ ଏଭଳି କରାଯାଇଛି, ଯାହା କି ଘଣ୍ଟା ପ୍ରତି ୨୦୦ କିମି ପବନ କୁ ସହ୍ୟ କହିପାରିବ । ବାତ୍ୟା, ବନ୍ୟା ସମୟରେ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ପାଇଁ ଯୋଜନା ରହିଛି ।

ଏତଦବ୍ୟତୀତ ପରୀକ୍ଷା କେନ୍ଦ୍ର, ସଭାସ୍ଥଳ, ତାଲିମ କାର୍ଯ୍ୟ ପାଇଁ ଏହି ଷ୍ଟାଡିୟମ ଉପଯୋଗୀ ହୋଇପାରିବ । ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା , ଅଭ୍ୟାସ ପଡ଼ିଆ ସହ ରାତିରେ ଖେଳିବା ନିମନ୍ତେ ସ୍ପୋଟର୍ସ ଲାଇଟର ବ୍ୟବସ୍ଥା ମଧ୍ୟ ରହିଛି । ଷ୍ଟାଡ଼ିୟମ ମଧ୍ୟରେ ବ୍ୟାଡ଼ମିଣ୍ଟନ, ଟେବୁଲ ଟେନିସ , ଚେସ , ଭାରୋତ୍ତଳନ ସମେତ ଶାରୀରିକ କସରତ , ଯୋଗ କରିବା ନିମନ୍ତେ ସ୍ଵତନ୍ତ୍ର ପ୍ରକୋଷ୍ଠ ରହିଛି । ଏହି ଅବସରରେ ଆଜି ବହୁ କ୍ରୀଡ଼ା ବିତ୍‌ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1