ନୟାଗଡ଼ ଆଇନ ଜିବୀ ସଂଘ ନିର୍ବାଚନ, ବୃନ୍ଦାବନ ସଭାପତି, ସ୍ଵଦେଶ ସମ୍ପାଦକ,ପ୍ରଣବ କୋଷାଧ୍ୟକ୍ଷ, ମଦନ ଉପସଭାପତି
ଆଜି ନୟାଗଡ଼ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି । ବହୁ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢି ଥିଲେ । ସୂଚନା ନୁସାରେ ସଭାପତି ଭାବେ ବୃନ୍ଦାବନ ପଣ୍ଡା ନିର୍ବାଚିତ ହୋଇଛନ୍ତି ସେ ତାଙ୍କ ପ୍ରତିଦ୍ଵନ୍ଦୀ ବଂଶୀଧର ରାଉତରାଙ୍କୁ ୧୪ ଖଣ୍ଡ ଭୋଟରେ ପରାଜୟ କରିଛନ୍ତି । ଏଥି ସହିତ ସୁଭେନ୍ଦୁ କୁମାର ଦାସ ତୃତୀୟ ସ୍ଥାନ ଅଧିକାର ଗ୍ରହଣ କରିଛନ୍ତି । ସମ୍ପାଦକ ଭାବେ ସ୍ଵଦେଶ ମିଶ୍ର ନିର୍ବାଚିତ ହୋଇଛନ୍ତି ।

ଉପ ସଭାପତି ଭାବେ ମଦନ ମୋହନ ପଣ୍ଡା ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ପ୍ରଣବ ବିଶୋଇ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ରତିକାନ୍ତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ସରକାରୀ ଦଳର ଆଇନଜିବୀ ମାନଙ୍କର ବିଜୟ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।