ନୟାଗଡ଼ ଉଭୟ ବନ ଖଣ୍ଡ ଅଧିକାରୀଙ୍କ ବଦଳିରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ

ନୟାଗଡ଼ ଉଭୟ ବନ ଖଣ୍ଡ ଅଧିକାରୀଙ୍କ ବଦଳିରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଯେଉଁଥରେ ୩୪ ଜଣ ବନଖଣ୍ଡ ଅଧିକାରୀଙ୍କ ବଦଳି ଗତକାଲି ସନ୍ଧ୍ୟା 5ଘଟିକା ସମୟ ରେ ବିଜ୍ଞପ୍ତି ପ୍ରକାଶ ହୋଇଛି। ଏହା ମଧ୍ୟରେ ନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ ଓ ବନ୍ୟପ୍ରାଣୀ)ଙ୍କ ବଦଳି ହୋଇଛି । ଟେରିଟୋରିଆଲ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟକୁ ବଦଳି ହୋଇଥ‌ିବା ବେଳେ ତାଙ୍କ ସ୍ଥାନରେ କୁଚିଣ୍ଡା ବନଖଣ୍ଡ ଅଧିକାରୀ ଦେବାର୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲ୍‌ଗୁନୀ ସାରଥୀ ମଲିକଙ୍କର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) କାର୍ଯ୍ୟାଳୟକୁ ବଦଳି ହୋଇଥ‌ିବା ବେଳେ ତାଙ୍କ ସ୍ଥାନରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟରେ ଥ‌ିବା ଅମରେଶନାଥ ପ୍ରଧାନଙ୍କୁ ନୟାଗଡ଼ରେ ଅବସ୍ଥାପିତ କରାଯାଇଛି।

You might also like