ନୟାଗଡ଼ କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସହିତ ଶିଶୁ ଦିବସ ପାଳିତ
ନୟାଗଡ଼ କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟ ର ପରିସର ରେ ବାର୍ଷିକ ଉତ୍ସବ ଓ ଶିଶୁ ଦିବସ ଅପରାହ୍ନ 4ଘଟିକା ସମୟ ରେ ପାଳିତ ହୋଇଛି, ଏହି ଅବସର ରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସଦସ୍ୟା ଶ୍ରୀମତୀ ସସ୍ମିତା ନନ୍ଦ, ଶ୍ରୀମତୀ ଅନିତା ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବ ଓ ଶିଶୁ ଦିବସ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ,ବିଦ୍ୟାଳୟ ର ସମ୍ପାଦିକା ପ୍ରବାସିନୀ ନନ୍ଦ ଙ୍କ ଅଧକ୍ଷତା ରେ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ସହକାରୀନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଦୀପ୍ତିମୟୀ ଶୁଭ ଦର୍ଶିନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟାନ ପ୍ରଧାନ, ଅଧକ୍ଷ ଶିଶୁ ମଙ୍ଗଳ ସମିତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିଲେ, ଶିଶୁ ଦିବସ ଅବସର ରେ ପ୍ରତିବର୍ଷ ପରି ଚଳିତ ବର୍ଷ ବିଭିର୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା,
ବିଶିଷ୍ଟ ଅତିଥିଶ୍ରୀମତୀ ନନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟ ରେ ବକ୍ତବ୍ୟ ରଖି ପିଲା ମାନଙ୍କ ରେ ଭବିଷ୍ୟତ ଉଜ୍ବଳ କାମନା କରି ଥିବା ବେଳେ କିପରି ଛାତ୍ର ଛାତ୍ରୀ ଶୃଙ୍ଖଳା ବଜାୟ ରଖି ଦାୟିତ୍ୱ ବାନ ହୋଇ ପାରିବେ ସେ ବିଷୟ ନେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂମ୍ମାନିତ ଅତିଥି ମାନେ ନିଜର ସୁ ବକ୍ତବ୍ୟ ପ୍ରଦାନ କରି କିଛି ସମୟ ପାଇଁ ଛାତ୍ର ଛାତ୍ରୀ ଙ୍କ ସହିତ ବାର୍ତାଳାପ କରି ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ପାଲଟି ଯାଇଥିଲେ, ଓ ଶିକ୍ଷଣୀୟ ଉପଦେଶ ଦେଇ ଥିଲେ,
ଏଥି ସହିତ ବିଦ୍ୟାଳୟ ର ସଭାପତି କେଶବ ଦଳବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଆଶ୍ରିବାଦ କରିବା ସହିତ ସୁ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ , ସମ୍ପାଦିକା ପ୍ରବାସିନୀ ନନ୍ଦ ବିଦ୍ୟାଳୟ ର ବିବରଣୀ ପାଠ କରିଥିଲେ,ଛାତ୍ର ଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଲିଭ ଲାଇଭ ଓଡ଼ିଆ ପରିବାର ନୟାଗଡ଼ ଜିଲ୍ଲା ପ୍ରତିନିଧି ଜିତୁନ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ,ପରିଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଂକୁ ନେଇ ଏକ ସଚେତନତା ଧର୍ମୀ ନାଟକ ପେଣ୍ଟେଡ ମେଡ଼ିସିନ, ମଞ୍ଚସ୍ତ ହୋଇଥିବା ବେଳେ ତାହାଉଚ୍ଚ କୋଟିର ହୋଇଥିଲା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହ ସମସ୍ତ ଗୁରୁଜୀ ଓ ଗୁରୁମା ସମସ୍ତ ଦାୟିତ୍ୱ ତୁଲାଇ ଥିବା ବେକେ ବିଦ୍ୟାଳୟ ର କର୍ମକର୍ତା ସହଯୋଗ କରିଥିଲେ