ନୟାଗଡ଼ ଗସ୍ତରେ ୨୪ ଜିଲ୍ଲା ପରିଷଦ ଅଧ୍ୟକ୍ଷ।ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ଆଲୋଚନା ଚକ୍ର


ନୟାଗଡ଼,୧ା୧୨(): ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ବୈଠକ ଅନୁଷ୍ଠିତ ହେବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ରାଜ୍ୟ ସଂଘ ସଭାପତି ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ୍‌କୁ ନେଇ ବିସ୍ତୁତ ଆଲୋଚନା ହୋଇଥିଲା । ଡ. ସାହୁ ପଞ୍ଚାୟତ ରାଜ ବ୍ୟବସ୍ଥାରେ ରହିଥିବା ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୈାଶିକ କୁମାର ପ୍ରଧାନଙ୍କ ସମେତ ୨୪ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ରହିଥିଲେ । ଗତକାଲି ରାତିରେ ସମସ୍ତ ଅଧ୍ୟକ୍ଷ ନୟାଗଡ଼ରେ ପହଞ୍ଚିଥିଲେ । ଆଜି ସକାଳୁ ସମସ୍ତେ ବଲାଙ୍ଗୀ ପାର୍କ ପରିଦର୍ଶନ କରିବା ସହ ମା ଦକ୍ଷିଣକାଳୀଙ୍କ ଦର୍ଶନ କରିଥିଲେ । ନୟାଗଡ଼ ଜିଲ୍ଲା ପାଠାଗାର ଅଧ୍ୟୟନ ପରିଦର୍ଶନ କରିବା ସହ ଏହା ଅତ୍ୟନ୍ତ ଉଚ୍ଚୋକୋଟୀର ବୋଲି ମତ ଦେଇଥିଲେ । ଅପରାହ୍ନରେ ଶରଣକୁଳଠାରେ ଅଧିଷ୍ଠିତ ପ୍ରଭୁ ଶ୍ରୀ ଲଡ଼ୁବାବାଙ୍କ ଦର୍ଶନ କରିବା ସହ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ବରକନ୍ୟା ଝରଣା ବୁଲି ଦେଖିଥିଲେ ।

You might also like

Fatal error: Uncaught Error: Undefined constant RankMath\Paper\Singular::SSL in /home2/nayagarh/public_html/wp-includes/Requests/src/Requests.php:465 Stack trace: #0 /home2/nayagarh/public_html/wp-includes/class-wp-http.php(416): WpOrg\Requests\Requests::request() #1 /home2/nayagarh/public_html/wp-includes/class-wp-http.php(639): WP_Http->request() #2 /home2/nayagarh/public_html/wp-includes/http.php(210): WP_Http->post() #3 /home2/nayagarh/public_html/wp-includes/cron.php(999): wp_remote_post() #4 /home2/nayagarh/public_html/wp-includes/cron.php(1082): spawn_cron() #5 /home2/nayagarh/public_html/wp-includes/class-wp-hook.php(353): _wp_cron() #6 /home2/nayagarh/public_html/wp-includes/class-wp-hook.php(377): WP_Hook->apply_filters() #7 /home2/nayagarh/public_html/wp-includes/plugin.php(523): WP_Hook->do_action() #8 /home2/nayagarh/public_html/wp-includes/load.php(1308): do_action() #9 [internal function]: shutdown_action_hook() #10 {main} thrown in /home2/nayagarh/public_html/wp-includes/Requests/src/Requests.php on line 465