ନୟାଗଡ଼ ଜିଲ୍ଲା ରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହଜାରୀ ରହିଚ୍ଛି, ପ୍ରତ୍ୟକ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଏହାକୁ ଦୃଷ୍ଟି ରେ ରଖି ନୟାଗଡ଼ ଜିଲାପାଳ ସକାଳ 7ଟା ସମୟ ରେ ସ୍କୁଲ ଖୋଲିବା ସମୟକୁ ପରିବର୍ତ୍ତନ କରି 6.30କରିଛନ୍ତି, ସେହିପରି ଦିନ 11ଟା ବେଳେ ସ୍କୁଲ ବନ୍ଦ ରହିବା ସମୟ କୁ ପରିବର୍ତ୍ତନ କରି 10.30ମିନିଟ ରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି, ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ କଲେଜ ଅଧକ୍ଷ ଓ ସରକାରୀ ସ୍ୱୀକୃତି ପ୍ରାପ୍ତ ସମସ୍ତ ଅନୁଷ୍ଠାନ କୁ ନିର୍ଦେଶ ଦେଇ ଛନ୍ତି, ପ୍ରବଳ ଖରାକୁ ଦୃଷ୍ଟି ରେ ରଖି ବିଦ୍ୟାଳୟ ସମୟ ପରି ବର୍ତ୍ତନ ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜିଲାପାଳ ଙ୍କ ନିକଟରେ ଆଜି ପୂର୍ବାହ୍ନ ରେ ଦାବି କରାଯାଇଥିଲା,
ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସ ଜିଲ୍ଲା ପାଳ ସ୍ୱଧା ଦେବ ସିଂ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ତୁରନ୍ତ ବିଦ୍ୟାଳୟ ର ସମୟ ପରିବର୍ତ୍ତନ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ,ଏହାକୁ ଦୃଷ୍ଟି ରେ ରଖି ଜିଲାପାଳ ଚିଠି ନମ୍ବର 2970ଅନୁସାରେ 4ତାରିଖ ରୁ ବିଦ୍ୟାଳୟ ସମୟ ସକାଳ 6ଟା30ରୁ 10.30ପର୍ଯ୍ୟନ୍ତ ଚାଲିବା ପାଇଁ ନିର୍ଦେଶ ଦେଇ ଛନ୍ତି