CITU ଡାକରାରେ ଆଜି ୧୧ ଜୁଲାଇ ରାଜ୍ଯ ବ୍ୟାପି ପ୍ରତିବାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆଶାକର୍ମୀ,ମଧ୍ୟାହ୍ନ ଭୋଜନ ପାଚିକା,ସହାୟକା,ନିର୍ମାଣ ଶ୍ରମିକ ଓ ଗୋତିଶ୍ରମିକ ଙ୍କ ତରଫରୁ ଗଣ ବିକ୍ଷୋଭ ଓ ପ୍ରତିବାଦ ଆନ୍ଦୋଳନ ସଙ୍ଗଠିତ ହେବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୫ ଦଫା ଦାବୀପତ୍ର ପ୍ରଦାନ କରାଯାଇ ଥିଲା।
ଦିନ ୧୧ ଘଟିକା ସମୟ ରେ CITU ନେତୃତ୍ଵରେ ନୟାଗଡ଼ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ଏକ ଲାଲ ଝଣ୍ଡା ର ପଟୁଆର ବାହାରି ନୟାଗଡ଼ ବଜାର ପରିକ୍ରମା କରି ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଶ୍ରମିକ ନେତା ସୁରେଶ ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତାମାନେ କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି ଓ ଆକାଶ ଛୁଆଁ ଦରବୃଦ୍ଧି କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ସହଯୋଗୀ ରାଜ୍ଯ ମୋହନ ମାଝି ସରକାର ଙ୍କୁ ଶ୍ରମିକ ସପକ୍ଷ ବାଦୀ ନୀତି ଗ୍ରହଣ କରିବାକୁ ବକ୍ତା ମାନେ ଦାବୀ କରିଥିଲେ। ରାଜ୍ଯ ରେ ଦୀର୍ଘ ୧୮ ବର୍ଷ ହେଲା ଆଶାକର୍ମୀ ଓ ଦୀର୍ଘ ୩୦ ବର୍ଷ ହେଲା ପାଚିକା ମାନେ ସରକାର ଙ୍କ ଅଧିନରେ ଏଯାବତ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କଲା ବେଳେ ମାତ୍ର ସ୍ଵଳ୍ପ ପାଉଣା ଯୋଗୁଁ ଘୋର ଅଭାବ ଦେଇ ଗତି କରୁଛନ୍ତି ବକ୍ତା ମାନେ କହିଥିଲେ।ସେହିଭଳି ନିର୍ମାଣ ଶ୍ରମିକଙ୍କ ନବୀକରଣ ଓ ନୂଆ ପଞ୍ଜୀକରଣ ସଠିକ ଭାବେ ନ ହେବା , ବେନିଫିଟ ଆଦି ବନ୍ଦ ରହିବା ଯୋଗୁଁ ନିର୍ମାଣ ଶ୍ରମିକ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ରାଜ୍ଯ ର ମୋହନ ସରକାର ଏହାକୁ ବିଚାର କରି ଆଶା, ପାଚିକା ଓ ସ୍କିମି ଶ୍ରମିକ ଙ୍କୁ ନିୟମିତ କର୍ମଚାରୀର ମାନ୍ୟତା,ମାସିକ ୨୬ ହଜାର ଟଙ୍କା ଦରମା ଓ ମାସିକ ୧୦ ଟଙ୍କା ପେନସନ, ଅବସର ଓ ମୃତ୍ୟୁ କାଳୀନ ସହାୟତା ୮ ଲକ୍ଷ ଟଙ୍କା ଏବଂ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲାବେଳେ ନିର୍ମାଣ ଶ୍ରମିକ ଙ୍କ ନୂଆ ପଞ୍ଜୀକରଣ ଓ ନବୀକରଣ ଏବଂ ବେନିଫିଟ ତୁରନ୍ତ ଯୋଗାଇ ଦେବାକୁ ଦାବୀ କରିଥିଲେ। ଏହା ସହିତ ଜିଲ୍ଲା ରେ ଥିବା ଗୋତିଶ୍ରମିକ ମାନଙ୍କୁ ଚିହ୍ନଟ,ମୁକ୍ତି ଓ ଥଇଥାନ ପାଇଁ ପାଇଁ ଦାବୀ କରିଥିଲେ। ଏହି ପରିପ୍ରେକ୍ଷୀରେ CITU ର ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ୧୫ ଦଫା ଦାବୀପତ୍ର ଜିଲ୍ଲାପାଳ ଙ୍କୁ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ମଧ୍ଯ ପ୍ରଦାନ କରିଥିଲେ। ଗୋତିଶ୍ରମିକ ଙ୍କୁ ତୁରନ୍ତ ମୁକ୍ତି ଓ ଥଇଥାନ ପାଇଁ ଏକ ଦାବୀ ପତ୍ର ଜିଲ୍ଲାପାଳ ଙ୍କୁ ଦିଆ ଯାଇଥିଲା। ନବ ନିର୍ବାଚିତ ମୋହନ ମାଝିଙ୍କ ଡବଲ ଇଞ୍ଜିନି ସରକାର ଙ୍କ ଆଗାମୀ ୨୨ ଜୁଲାଇ ରେ ପାରିତ ହେବାକୁ ଯାଉଥିବା ବିଧାନସଭାର ବର୍ଷା କାଳୀନ ଅଧିବେଶନରେ CITU ର ଦାବୀ ଗୁଡିକୁ ଗୁରୁତ୍ୱ ଦେଇ କାର୍ଯ୍ଯକାରୀ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି।
ଏହି ପ୍ରତିବାଦ ବିକ୍ଷୋଭ ରେ ସି ଆଇ ଟି ୟୁ ର ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର,ଜିଲ୍ଲା ନେତା ଶରତ ବେହେରା,ଗଙ୍ଗାଧର ପଣ୍ଡା,ଚାପଧାରୀ ରାଉତ,ପବିତ୍ର8 ଇନ୍ଦ୍ରଜିତ,ଭିକାରୀ ଚରଣ ସାହୁ,ନଳିନୀ ଦାସ, ଜୟନ୍ତୀ ଦାସ,ସଂଯୁକ୍ତା ସେଠୀ,ସୁକାନ୍ତି ଜେନା,ମଙ୍ଗୁଳି ରାଉତ ଓ କାଳନ୍ଦୀ ନାୟକ ପ୍ରମ୍ମୁଖ ବକ୍ତବ୍ଯ ଦେଇଥିଲେ।