ଜନସାଧାରଣଙ୍କ ମଧ୍ୟରେ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୦୭ ଜାନୁଆରୀ ୨୦୨୪ ରେ ନୟାଗଡ଼ ଜିଲ୍ଲାର ଏ. ଡି. ବି.ଶାଖା ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ଵର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସଚେତନା ଉପରେ ଏକ ‘ୱାକାଥନ ଆୟୋଜିତ କରାଯାଇଥିଲା । ଏହି ‘ୱାକାଥନ୍’ ନୟାଗଡ଼ର ଦକ୍ଷିଣ କାଳୀ ମନ୍ଦିର ପଡ଼ିଆ ଠାରୁ ଆରମ୍ଭ ହୋଇ ଏସବିଆଇ ର ଏଡ଼ି ବି କ୍ୟାମ୍ପସ ଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ , ଉଦ୍ୟୋଗୀ, କୃଷକ , ବରିଷ୍ଠ ନାଗରିକ ଇତ୍ୟାଦିରୁ ପ୍ରାୟ ୨୦୦ ଜଣ ଅଂଶଗ୍ରହଣକରିଥିଲେ ।’ୱାକାଥନ୍ ‘ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ( FLFLF ) ଅନୁଷ୍ଠିତ କରାଯାଇଥିଲା । ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ଵର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଙ୍କ ଦ୍ଵାରା ଆର୍ଥିକ ସାକ୍ଷରତା, ସାଇବର ସିକ୍ୟୁରିଟି , ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ବିଭିନ୍ନ ପ୍ରକାରର ଠକେଇ , ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା , ବ୍ୟାଙ୍କର ଅଭିଯୋଗ ସମାଧାନର ବ୍ୟବସ୍ଥା, ଆରବିଆଇର ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ଅଧିବେଶନ ନିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର କେ ହର୍ଷା ବିଜୟ କୁମାର; ନୟାଗଡ ଜିଲ୍ଲାର ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ; ମୁଖ୍ୟ ଉନ୍ନୟନଅଧିକାରୀ-ତଥା – ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁଚାରୁ କୁମାର ବଳ; ତହସିଲଦାର ରାଜେଶ କେଶରୀ ସ୍ୱାଇଁ; ସହାୟକ ଜିଲ୍ଲାପାଳ ଅକ୍ଷୟ କୁମାର ବେହେରା ; ଡ଼ି ଆଇ ପି ଆର ଓ ସୁରେନ୍ଦ୍ର କୁମାର ସାହୁ; ମୁଖ୍ୟ ପ୍ରବନ୍ଧକ ବ୍ୟାଙ୍କ ଅଫ ବରୋଦା ସୌମ୍ୟ ପ୍ରସାଦ ଦାସ; ମୁଖ୍ୟ ପ୍ରବନ୍ଧକ କାନାରା ବ୍ୟାଙ୍କ ନରେଶ ଚନ୍ଦ୍ର ମହାରଣା; ଅଗ୍ରଣୀ ଜିଲ୍ଲା ଅଧିକାରୀ ଶଶି ଶେଖର ପଟ୍ଟନାୟକ; ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଓ ଆରବିଆଇରଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।