ନୟାଗଡ଼ ଜିଲ୍ଲାର ଚାରିଜଣ ମାର୍କେଟିଙ୍ଗ ଇନିସ୍ପେକ୍ଟରଙ୍କର ବଦ ଳି, ଆସିଲେ ଚାରି

ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ୧୩୮ ଜଣ ମାର୍କେଟିଙ୍ଗ ଇନିସ୍ପେକ୍ଟରଙ୍କର ବଦଳି ହୋଇଛି । ଏଥିରେ ନୟାଗଡ଼ ଜିଲ୍ଲାର ଚାରି ଜଣ ମାର୍କେଟିଙ୍ଗ ଇନିସପେକ୍ଟର ରହିଛନ୍ତି । ଶ୍ରୀମତୀ ରଚିତା ପଣ୍ଡାଙ୍କର ପୁରୀ ଜିଲ୍ଲାକୁ ବଦଳି ହୋଇଛି , ଚନ୍ଦ୍ରଶେଖର ନାହାକଙ୍କର ବଲାଙ୍ଗିର ଜିଲ୍ଲାକୁ ବଦଳି ହୋଇଛି , ସୁବାଷ ଚନ୍ଦ୍ର ବିଶ୍ବାଳଙ୍କର କନ୍ଧମାଳ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ସୁବ୍ରତ କୁମାର ମଲ୍ଲିକଙ୍କର ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ଭାବେ ଖୋର୍ଦ୍ଧା ଜିଲ୍ଲାରୁ ପୃଥୀରାଜ ପ୍ରଧାନଙ୍କର ନୟାଗଡ଼ ବଦଳି ହୋଇଛି । କନ୍ଧମାଳ ଜିଲ୍ଲା ରୁ ମଳୟ କୁମାର ମେହେରଙ୍କର ନୟାଗଡ଼ ବଦଳି ହୋଇଛି । ବଉଦ ଜିଲ୍ଲାରୁ ଦୀପକ କୁମାର କଅଁରଙ୍କର ନୟାଗଡ଼ ବଦଳି ହୋଇଛି । ପୁରୀ ଜିଲ୍ଲାରୁ ଦଇତାରୀ ପ୍ରଧାନଙ୍କର ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି

You might also like