ନୟାଗଡ଼ ଠାରେ ଜିଲ୍ଲାସ୍ତରୀୟ 76ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବର ରେ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ପିଟିଏସ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାର ଙ୍କ ମାନ୍ୟବର ଶିଳ୍ପ ମନ୍ତ୍ରୀସମ୍ପଦ ଚନ୍ଦ୍ର ସ୍ୱାଇଁ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ ।
ଏଥିସହ ସ୍ୱାଧୀନତା ସଂଗ୍ରାମୀ ଙ୍କ ବଳିଦାନ ର ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସ ର ମହତ୍ତ୍ୱ ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମ ରେ ନୟାଗଡ଼ ଜିଲ୍ଲା ର ଭୂମିକା ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଭିନ୍ନ ସ୍କୁଲ, ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ 49 ଗୋଟି ଟିମ ପରେଡ଼ ରେ ଅଂଶ ଗ୍ରହଣ କରିଥିବା ବେଳେ ୭ ଗୋଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସାଧାରଣତନ୍ତ୍ର ଦିବସ ପେରେଡ ଦେଖିବା ପାଇଁପିଟିଏସ ପଡିଆ ପ୍ରବଳ ଭିଡ଼ ହେଇଥିବା ଦେଖିବା କୁ ମିଳିଥିଲା
ନୟାଗଡ଼ ଜିଲ୍ଲାସ୍ତରୀୟ 76ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ l
