ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟରେ ଶାରୀରିକ ଅକ୍ଷମ ଏବଂ ବୟସ୍କଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର।
୧୧.୦୩.୨୦୨୬ରିଖ ଅପରାହ୍ନ ୫ ଘଟିକା ସମୟରେ “ଜୟ ନୟାଗଡ଼ ଫାଉଣ୍ଡେସନ”ର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟରେ ଲିଫ୍ଟ ବ୍ୟବସ୍ଥା କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଅଛନ୍ତି। ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭିନ୍ନକ୍ଷମ ଏବଂ ବୟସ୍କ ବୟସ୍କାମାନେ ନିଜର ଅଭିଯୋଗ ତଥା ବିଭିନ୍ନ କାର୍ଯ୍ୟ ସଂକ୍ରାନ୍ତରେ ଜିଲ୍ଲା କାର୍ଯ୍ୟାଳୟ ଆସୁଅଛନ୍ତି, ଯେଉଁମାନେ କି ଶିଡ଼ି ବ୍ୟବହାର କରି ଉପର ମହଲାକୁ ଯିବାକୁ ବହୁତ କଷ୍ଟ କରୁଛନ୍ତି। ସେମାନଙ୍କ ସୁବିଧା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟରେ ଲିଫ୍ଟ ବ୍ୟବସ୍ଥା ହେବାର ଆବଶ୍ୟକତା ରହିଅଛି। ଏହା ଉପରେ ନିଶ୍ଚିତ ଭାବେ ଜିଲ୍ଲାପାଳ ନଜର ରଖିବେ ବୋଲି କହିଛନ୍ତି।